ଆଜି ପବିତ୍ର ବସନ୍ତ ପଂଚମୀ । ଧରାପୃଷ୍ଠକୁ ଓହ୍ଲାଇବେ ମା ବାଗଦେବୀ, ସ୍କୁଲ କଲେଜ ଶିକ୍ଷାନୁଷ୍ଠାନରେ ପୂଜାର୍ଚ୍ଚନା

132

କନକ ବ୍ୟୁରୋ : ଆଜି ହେଉଛି ମାଘ ମାସ ଶୁକ୍ଳ ପକ୍ଷ ପଂଚମୀ ବା ବସନ୍ତ ପଂଚମୀ । ଆଜିର ଦିନରେ ମା ସରସ୍ୱତୀ ବିରାଜିଥାନ୍ତି ଧରାପୃଷ୍ଠରେ । ସରସ୍ୱତୀ ସକଳ ପ୍ରଜ୍ଞା, ମେଧା ବୃଦ୍ଧି, ସାହିତ୍ୟ, ସଂଗୀତ, କଳା ଆଦିର ଅଧିଷ୍ଠାତ୍ରୀ ଦେବୀ । ମାଙ୍କ ପୂଜା- ଉପାସନା ଦ୍ୱାରା ମନରୁ ମନରୁ ସଂଶୟଭାବ ଦୂର ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ ।

ଅଜ୍ଞାନ ରୂପୀ ଅନ୍ଧକାର ହଟି ମଣିଷର ଆତ୍ମା ଆଲୋକିତ ହୁଏ । ଶିକ୍ଷାନୁଷ୍ଠାନମାନଙ୍କରେ ସରସ୍ୱତୀ ପୂଜା ବେଶ ଧୁମଧାମରେ ପାଳନ କରାଯାଇଥାଏ । ମା ଶୁକ୍ଲବସ୍ତ୍ର ପିନ୍ଧି ଧରାପୃଷ୍ଠକୁ ଓହ୍ଲାଇଥାନ୍ତି । ଶାସ୍ତ୍ର ଅନୁସାରେ, ଆଜିର ଦିନରେ ବିବାହ ଓ ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।