ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର । ବାରିପଦାର ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ

504

କନକ ବ୍ୟୁରୋ: ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର । ଆଜି ବାରିପଦାର ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ । ଯାହାକି ସାରା ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର । OGIMET.COM ସୂଚନା ଆଧାରରେ ମିଳିଲା ତଥ୍ୟ । କେବଳ ବାରିପଦା ନୁହେଁ ଆଜି ଭାରତର ଅନେକ ସହର ଉତ୍ତପ୍ତ ରହିଥିଲା । ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ସବୁ ସହର ଭାରତର ରହିଛି ।

ସେହିପରି ଆଜି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ଏହାସହ ଅଗାମୀ ୩ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଗତ ଦୁଇ ଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି ।