କନକ ବ୍ୟୁରୋ : ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି ବିବାଦର ସମାଧାନ ପାଇଁ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବେ। ବହୁ ପ୍ରତୀକ୍ଷିତ ଏହି ବିବାଦର ସ୍ଥାୟୀ ସମାଧାନ ମଧ୍ୟସ୍ଥିମାନଙ୍କ ଦ୍ବାରା ସମ୍ପାଦିତ ହେବ ନା ଅଦାଲତରେ ବିଚାର ହେବ, ସେ ସମ୍ପର୍କରେ ଚୂଡ଼ାନ୍ତ ରାୟ ଆଶା କରାଯାଉଛି। ସୂଚନା ଥାଉ କି, ବିବାଦୀୟ ୨.୭୭ ଏକର ପରିମିତ ଜାଗାକୁ ନିର୍ମୋହି ଆଖଡ଼ା, ସୁନ୍ନି ସେଣ୍ଟ୍ରାଲ୍ ଵାକଫ୍ ବୋର୍ଡ ଏବଂ ରାମଲାଲା ବିରାଜମାନ ମଧ୍ୟରେ ତିନି ଭାଗରେ ବାଣ୍ଟିଦେବା ପାଇଁ ୨୦୧୦ ମସିହାରେ ଆଲ୍ଲାହାବାଦ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୧୪ଟି ଆବେଦନ ଦାଖଲ ହୋଇଥିଲା।
/kanak/media/post_attachments/wp-content/uploads/2019/02/ayodhyasupremecourt_0.jpeg)