କନକ ବ୍ୟୁରୋ: ବିଧାନସଭାରେ ମହାନଦୀ ସଂପର୍କରେ ଆଲୋଚନା ଆରମ୍ଭ ହୋଇଛି । ପ୍ରଶ୍ନକାଳ ବାତିଲ୍ କରାଯାଇ ବିତର୍କ ଆରମ୍ଭ ହୋଇଛି । ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ । ତେବେ ଗଣମାଧ୍ୟର ସିଧାପ୍ରସାରଣ ଉପରେ ରୋକକୁ ନେଇ ବିଜେପି ଓ କଂଗ୍ରେସ ବିରୋଧୀ କରିଛନ୍ତି । ସେପଟେ କେବଳ ପ୍ରଶ୍ନଉତର ସିଧାପ୍ରସାରଣ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଗତକାଲି ମହାନଦୀକୁ ନେଇ ବାରମ୍ବାର ଗୃହ ମୁଲତବୀ ହେବା ପରେ ସର୍ବଦଳୀୟ ବୈଠକ ବସିଥିଲା । ଆଜି ମହାନଦୀ ପ୍ରସଙ୍ଗରେ ଆଲୋଚନା ନେଇ ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇଥିଲା ।
ଉଲ୍ଲେଖ ଥାଉ କି, ବିଧାନସଭାରେ ଆଜି ଉତ୍ତର କାଳ ବାତିଲ୍ କରାଯାଇ ମହାନଦୀ ସଂପର୍କରେ ଚାରି ଘଂଟା ପାଇଁ ଆଲୋଚନା ହେବ । ମହାନଦୀକୁ ନେଇ ବାରମ୍ବାର ଗୃହ ମୁଲତବୀ ହେବା ପରେ ,ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତି ହୋଇଛି । ଗତକାଲି ଭଳି ଆଜି ଦ୍ୱିତୀୟ ଦିନରେ ବି ଗୃହରେ ଦେଖିବାକୁ ମିଳିଥିଲା ମହାନଦୀ ତାତି । ଗୃହ ଆରମ୍ଭ ହେବା ମାତ୍ରେ, ବିରୋଧୀ କଂଗ୍ରେସ ପ୍ରଶ୍ନ ଉତ୍ତର କାଳ ବାତିଲ୍ କରି ମହାନଦୀ ସଂପର୍କିତ ଆଲୋଚନା ପାଇଁ ଦାବି କରିଥିଲେ । ବାଧ୍ୟ ହୋଇ ଗୃହକୁ ଏକ ଘଂଟା ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ପୁଣିଥରେ ମହାନଦୀକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ସର୍ବଦଳୀୟ ବୈଠକ ଦାବି କରିଥିଲେ ବିରୋଧୀ ଦଳ ନେତା । ବାଚସ୍ପତି ଏଥିରେ ସହମତ ହେବା ପରେ ସର୍ବଦଳୀୟ ବୈଠକ ବସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/vlcsnap-2018-04-13-11h08m19s698.png)