ଚାଷୀ ଆତ୍ମହତ୍ୟାକୁ ନେଇ ଉଠୁଛି ପଡୁଛି ବିଧାନସଭା ! ଆଜି ବି ସମାନ ସ୍ଥିତି ସମ୍ଭାବନା

22

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟାକୁ ନେଇ ଉଠୁଛି ପଡୁଛି ବିଧାନସଭା । ଦୁଇ ଦିନ ହେଲା ଅସ୍ୱାଭାବିକ ସ୍ଥିତିି । ବିରୋଧୀ କଂଗ୍ରେସ ସହ ସ୍ୱର ମିଳାଇଛି ବିଜେପି । ଏଭଳି ସ୍ଥିତିରେ ଆଜି ବି ଗୃହରେ ସମାନ ସ୍ଥିତି ଦେଖାଯିବା ସମ୍ଭାବନା ରହିଛି ।

ବରଗଡ ଚାଷୀ ଖଇନୁ ବଗର୍ତୀ ଆତ୍ମହତ୍ୟା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିଭ୍ରାନ୍ତିକର ତଥ୍ୟ ଓ ଚାଷୀ ସମସ୍ୟାକୁ ନେଇ ଶାସକ ଦଳକୁ ଘେରୁଛନ୍ତି ବିରୋଧୀ । ଗୃହ ମଧ୍ୟଭାଗକୁ ଯାଇ ହୋହାଲ୍ଲା ହଟ୍ଟୋଗଳ କରୁଛନ୍ତି କଂଗ୍ରେସ ବିଧାୟକ । ବିଜେପି ବି ନିଜ ଆସନରେ ଠିଆ ହୋଇ ପ୍ରତିବାଦ ଜଣାଇଛି । ଏଭଳି ସ୍ଥିତିରେ ଗୃହ ବାରମ୍ବାର ମୁଲତବୀ ହେଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –