କନକ ବ୍ୟୁରୋ : ପଂଚାୟତ ନିର୍ବାଚନୀ ହିଂସା ଉପରେ ବିଧାନସଭାରେ ଆଲୋଚନା ହେବା ନେଇ କହିଛନ୍ତି ବାଚସ୍ପତି । ହେଲେ କେବେ ଓ କେଉଁ ଫୋରମରେ ହେବ ତାହା ନିଷ୍ପତି ବାଚସ୍ପତି ନେବେ । ବର୍ତମାନ ରାଜ୍ୟପାଳଙ୍କ ଅଭିବାଦନ ସଂପର୍କରେ ଗୃହରେ ଆଲୋଚନା ଚାଲିଛି ।
ଆଜି ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ନିର୍ବାଚନୀ ହିଂସା ଉପରେ ଆଲୋଚନା ଦାବି କରି ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ ବିରୋଧୀ । ଫଳରେ ଗୃହକୁ ଦୁଇ ଦୁଇଥର ମୁଲତବୀ ରଖିଥିଲେ ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-23-17h24m16s911.png)