କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି ନେଇ ବିଧାନସଭା ଉଠୁଛି ପଡୁଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଧାନସଭାରେ ଏକ ସଂକଳ୍ପ ଆଣିବା ଦାବିରେ ହୁଲୁସ୍ତୁଲ କରୁଛନ୍ତି । ଅନ୍ୟପଟେ ବିରୋଧୀଙ୍କ ଦାବି ମାନୁନାହାଁନ୍ତି ସରକାର । କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଯାହା ନିଷ୍ପତି ହେବ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ନିରଞ୍ଜନ ପୂଜାରୀ କହିଛନ୍ତି ।
ପୂର୍ବରୁ ବିରୋଧୀଦଳ ନେତା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୮୦୦ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏବଂ ଆଲୋଚନା କରିବା ପାଇଁ ନୋଟିସ୍ ମଧ୍ୟ ଦେଇଥିଲେ । କୃଷକ ଆତ୍ମହତ୍ୟା ପ୍ରସଙ୍ଗ ଓ ସର୍ବନିମ୍ନ ସହାୟକ ମୂଲ୍ୟ ଦାବି କରି ବିରୋଧୀଦଳ ବାରମ୍ବାର ଗୃହରେ ହଟ୍ଟଗୋଳ କରୁଛନ୍ତିି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-25-07h26m57s175.png)