କନକ ବ୍ୟୁରୋ : ପୁଣି ଅସ୍ୱୀକାର କଲେ ସରକାର । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ଉତର ରଖିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ଫସଲ ହାନୀ ଓ ଋଣ ଭାର ଯୋଗୁଁ ଚାଷୀ ଆତ୍ମହତ୍ୟା କରିନାହାନ୍ତି । ଅନ୍ୟ କୌଣସି କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ପ୍ରଦୀପ ମହାରଥୀ ଉତର ରଖି କହିଛନ୍ତି, ଏହା ଏକ ଦୁଃଖଦ ଘଟଣା ।
ରାଜ୍ୟର ଚଳିତ ବର୍ଷ ୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ଜିଲ୍ଲାପାଳ ଓ ଏସପି ତଦନ୍ତ କରୁଛନ୍ତି । ବରଗଡ, ନବରଙ୍ଗପୁର, ଗଂଜାମ, ବାଲେଶ୍ୱର ଓ ବୌଦ୍ଧରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଥିବା କହିଛନ୍ତି କୃଷି ମନ୍ତ୍ରୀ । ୪ ଜଣ ଚାଷୀଙ୍କ ଆତ୍ମହତ୍ୟାର କାରଣ ରିପୋର୍ଟ ଆସିଛି । ସେମାନେ ଫସଲହାନୀ କି ଋଣ ଭାର ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି । ବୌଦ୍ଧ ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ରିପୋର୍ଟ ଆସିନଥିବା କହିଛନ୍ତି କୃଷିମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-18-13h13m33s170.png)