ଅଚଳ ବିଧାନସଭା ! ବିରୋଧୀଙ୍କ ହୋହଲ୍ଲାରେ ବାରମ୍ବାର ଗୃହ ମୁଲତବି

34

କନକ ବ୍ୟୁରୋ : ଚାଲିପାରୁନି ବିଧାନସଭା । ଆଜି ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବି ଓ ବିଜୁଳି ଦର ବୃଦ୍ଧି ପତିବାଦରେ ଗୃହର ମଧ୍ୟଭାଗରେ ହଟଗୋଳ କରିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହୋହଲା କରିବା ଫଳରେ ବାଚସ୍ପତି ଗୃହକୁ ଘଂଟାଏ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ପୂର୍ବଭଳି ପୁଣି ହଙ୍ଗାମା କରିଛନ୍ତି ବିରୋଧୀ ।

ଫଳରେ ପୂନର୍ବାର ଗୃହକୁ ୧୨ଟା ୫୦ ଯାଏଁ ମୁଲତବି ଘୋଷଣା କରାଯାଇଥିଲା । ପୁଣି ଗୃହ ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଯୋଗୁ ଦିନ ୩ଟା ଯାଏଁ ଗୃହ ମୁଲତବି କରାଯାଇଛି । ତେବେ ଗୃହକୁ ଚଳାଇବା ବାଚସ୍ପତିଙ୍କ ଦାୟିତ୍ୱ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରି ବାଚସ୍ପତି ସରକାରଙ୍କୁ ସୁହାଇବା ଭଳି ନିଷ୍ପତି ନେଉଛନ୍ତି ବୋଲି ସେ କହିଛନ୍ତି ।