କନକ ବ୍ୟୁରୋ: ଚାଷୀ ପ୍ରସଙ୍ଗକୁ ନେଇ ଆଜି ଉଠିଛି ପଡିଛି ବିଧାନସଭା । ଚାଷୀଙ୍କୁ ଠିକ ଭାବେ ମରୁଡି ସହାୟତା ଦିଆଯାଇନଥିବା ପ୍ରସଙ୍ଗ ଉଠାଇ ବିରୋଧୀ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଛନ୍ତି ବିରୋଧୀ । ଫଳରେ ଚାଲିପାରିନି ଗୃହ । ଗୃହକୁ ବାରମ୍ବାର ମୁଲତବି କରିଛନ୍ତି ବାଚସ୍ପତି । ପ୍ରଥମେ ପ୍ରଶ୍ନକାଳ ଓ ପରେ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ବିରୋଧୀ । ପୁଣି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ।
ଚାଷୀ ପ୍ରସଙ୍ଗକୁ ନେଇ ଆଜି ଉଠିଲା ପଡିଲା ବିଧାନସଭା । ମରୁଡି ସହାୟତାରେ ତ୍ରୁଟି ଅଭିଯୋଗ କରି ବିରୋଧୀଙ୍କ ହଙ୍ଗାମା । ବାରମ୍ବାର ଗୃହ ମୂଲତବୀ
/kanak/media/post_attachments/wp-content/uploads/2018/05/vlcsnap-2018-05-01-14h12m28s357.png)