ଗୁଜରାଟରୁ ଫେରୁଛନ୍ତି ଓଡ଼ିଆ । ସୁରଟରୁ ବାହାରିଛି ୨୦ରୁ ଅଧିକ ବସ୍ ,  ଗଂଜାମ ଜିଲ୍ଲାପାଳ କହିଲେ, କେତେ ବସ ଆସୁଛି ଜଣାଇନାହାନ୍ତି ସୁରତ ପ୍ରଶାସନ 

1,978

କନକ ବ୍ୟୁରୋ : ଗୁଜରାଟରୁ ଫେରୁଛନ୍ତି ପ୍ରବାସୀ ଓଡିଆ । ଗୁରୁବାର ସକାଳୁ ଗୁଜୁରାଟରୁ ବାହାରିଥିବା ପ୍ରାୟ ୭ ଟି ବସ ଆଜି ଓଡିଶାରେ ପହଁଚିବ ।  ଏଥିସହ ଗତ ରାତିରେ ଗୁଜୁରାଟ ଡାଇମଣ୍ଡ ନଗରରୁ ଆଉ ୧୮ ଟି ବସ ଗଂଜାମର ଆସ୍କାକୁ ବାହାରିଥିବା ନେଇ ସୂଚନା ମିଳିଛିି । ସେହିପରିି ପାଣ୍ଡେସରାରୁ ବି ୩୨ଟି ବସ ଓଡିଶା ବାହାରିଥିବା ଜଣା ପଡିଛି । ଏଥିରୁ ଅଧିକାଂଶ ବସ ଗଞ୍ଜାମ ଓ କିଛି ବସ କଟକ ଜିଲ୍ଲାକୁ ଆସୁଥିବା ସୂଚନା ମିଳିଛି । ହେଲେ ଏନେଇ ଓଡିଶା ପ୍ରଶାସନକୁ  କୈାଣସି ସୂଚନା ଦିଆଯାଇ ନାହିଁ ।

ଗୁଜରାଟରୁ ଆସ୍କା ଓ ଭଞ୍ଜନଗରରୁ ପ୍ରାୟ ୪୦ରୁ ଅଧିକ ବସ ବାହାରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ହେଲେ ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ କୈାଣସି ସୂଚନା ମିଳିନଥିବା ଜଣାପଡିଛି । ଫଳରେ ଓଡିଶାକୁ ଫେରି ଆସୁଥିବା ପ୍ରବାସୀ ଓଡିଆଙ୍କୁ ଗୁଜୁରାଟରୁ ଅନୁମତି ମିଳୁଥିଲେ ବି ଓଡିଶା ସରକାର ଓ ପ୍ରଶାସନକୁ ତ୍ୱରିତ ଅବଗତ କରାଯାଉନଥିବା ନେଇ ସନ୍ଦେହ ବଢୁଛି । ସେପଟେ ସୁରତ ଜିଲ୍ଲାପାଳ ଏକ ଅଡିଓ ଜାରି କରି କହିଛନ୍ତି ଯେଉଁମାନେ ବି ସୁରଟରୁ ଓଡିଶା, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିଜ ଅଂଚଳକୁ ଫେରିବାକୁ ଚାହିଁବେ ତାଙ୍କୁ ଅନୁମତି ଦେବ ପ୍ରଶାସନ । ଏହାସହ ବ୍ୟକ୍ତିଗତ ଗାଡିରେ ବି ପ୍ରବାସୀ ଓଡିଆଙ୍କୁ ଫେରିବାକୁ ସୁରତ ପ୍ରଶାସନ ଅନୁମତି ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ।