ବିଧାନସଭା ଅଧିବେଶନ ପାଇଁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ । କରୋନା କଟକଣା ଭିତରେ ଗୃହ ଚାଲିବା ନେଇ ଆଲୋଚନା : ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ହେବ ନିଷ୍ପତି

51

କନକ ବ୍ୟୁରୋ : ବିଧାନସଭା ଅଧିବେଶନ ଆଗରୁ ବସିଲା ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସାମିଲ ହୋଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରସ ବିଧାୟକ ।

କରୋନା କଟକଣା ଭିତରେ କିପରି ଗୃହ ପରିଚାଳନା ହେବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ । ଚଳିତ ମୌସୁମୀ ଅଧିବେଶନରେ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ସେ ନେଇ ମଧ୍ୟ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ଚଳିତ ଅଧିବେଶନରେ ମୋଟ୍ ୮ ଟି କାର୍ଯ୍ୟଦିବସ ରହିବ ।