କନକ ବ୍ୟୁରୋ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥ ପ୍ରସ୍ତୁତ। ଆଜି ଆଷାଢ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରୁ ରଥ ଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ରଥଖଳାରେ ପ୍ରସ୍ତୁତ ତିନି ରଥରେ ଆଜ୍ଞାମାଳ ଲାଗି ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡାକୁ ବିଜେ କରିବେ ତିନି ରଥ। ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡାକୁ ଟାଣି ନେଇ ସିଂହଦ୍ବାର ପର୍ୟ୍ୟନ୍ତ ନେବେ। ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ବିଗ୍ରହ।
ମହାପ୍ରଭୁଙ୍କ ଅପେକ୍ଷାରେ ୩ ରଥ; ଆଜି ରଥଖଳାକୁ ବିଜେ ହେବ ଆଜ୍ଞାମାଳ
Advertisment
Follow Us