କରୋନା ଲାଗି କରୋନା ଲାଗି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ସ୍ଥଗିତ । ପ୍ରଶ୍ନପତ୍ର ଚିନ୍ତା, ଆଜି ଅପରାହ୍‌ଣ ସୁଦ୍ଧା ସବୁ ହବ୍‌ ସିଲ୍‌ ହେବକାଳ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ସ୍ଥଗିତ । ପ୍ରଶ୍ନପତ୍ର ଚିନ୍ତା, ଆଜି ଅପରାହ୍‌ଣ ସୁଦ୍ଧା ସବୁ ହବ୍‌ ସିଲ୍‌ ହେବ

866

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖଠାରୁ ହେବାକୁ ଥିବା ଯୁକ୍ତ୨ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏ ନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ବାତିଲ୍ ହେବାକୁ ଥିବା ବିଷୟଗୁଡ଼ିକର ପରୀକ୍ଷା କେବେ ହେବ, ସେ ନେଇ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ।

ଅନ୍ୟପକ୍ଷରେ ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ବ ଦେଇଛି ପରିଷଦ। ଏ ନେଇ ସମସ୍ତ ପରୀକ୍ଷା ପରିଚାଳନା ହବ୍‌ର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ କୁହାଯାଇଛି ଯେ ୨୩ ତାରିଖଠାରୁ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ୍ ହୋଇଛି। ତେଣୁ ଏହି ଦିନଠାରୁ ପରବର୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ନାହିଁ। ୨୧ତାରିଖ ଅପରାହ୍‌ଣ ସୁଦ୍ଧା ପରୀକ୍ଷା ପରିଚାଳନା ହବ୍‌ର ସୁପରଭାଇଜର, ଡେପୁଟି ସୁପରଭାଇଜର୍‌ ଓ ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ହବ୍‌ଗୁଡ଼ିକୁ ସିଲ୍‌ କରାଯିବ। ଯଦି କୌଣସି ହବ୍‌ରୁ ଉତ୍ତର ଖାତାଗୁଡ଼ିକୁ ଅଫ୍‌-ଲାଇନ୍ ମୂଲ୍ୟାୟନ କେନ୍ଦ୍ର କିମ୍ବା ପରିଷଦ କାର୍ଯ୍ୟାଳୟକୁ ପଠାଯାଇ ନ ଥିବ, ସେଭଳି ସ୍ଥିତି‌ରେ ହବ୍‌ର ସୁପରଭାଇଜର୍‌ ସିଲ୍ ହେବାର ସମୟ ସ୍ଥିର କରିବେ।

ପୁନଃ ପରୀକ୍ଷା ହେବା ପର୍ଯ୍ୟନ୍ତ ହବ୍‌ର ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ସିସିଟିଭି ଚାଲୁ ରହିବ ଏବଂ ଏହି ସମୟର ସମସ୍ତ ସିସିଟିଭି ଫୁଟେଜ୍‌କୁ ପରିଷଦ ପକ୍ଷରୁ ଯାଞ୍ଚ କରାଯିବ। ପ୍ରଶ୍ନପତ୍ର ସୁରକ୍ଷାରେ ଯଦି କୌଣସି ଅବ୍ୟବସ୍ଥା ଦେଖାଦିଏ, ସେଥିପାଇଁ ହବ୍‌ର ସୁପରଭାଇଜର୍‌ ଦାୟୀ ରହିବେ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରିଷଦର ସମସ୍ତ ଜୋନ୍ ଅଧିକାରୀ ନିୟମିତ ବ୍ୟବଧାନରେ ହବ୍‌କୁ ଗସ୍ତ କରି ସୁରକ୍ଷା ଯାଞ୍ଚ କରିବେ। ଯଦି କୌଣସି ତ୍ରୁଟି ପରିଲକ୍ଷିତ କରିବେ, ସଙ୍ଗେ ସଙ୍ଗେ ପରିଷଦର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବାକୁ କୁହାଯାଇଛି।