ବଢିବାରେ ଲାଗିଛି କରୋନା ମୃତକଙ୍କ ସଂଖ୍ୟା । ଆଜି ୬ ଜଣଙ୍କ ଗଲା ଜୀବନ, ରାଜ୍ୟରେ ମୋଟ ୭୦ରେ ପହଂଚିଲାଣି ମୃତକଙ୍କ ସଂଖ୍ୟା

1,386

କନକ ବ୍ୟୁରୋ : ଧୀରେ ଧୀରେ ବେକାବୁ ହେଉଛି କରୋନା । ଆଜି ପୁଣି ୬ ମୁଣ୍ଡ ନେଲା କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ମୋଟ ୭୦ରେ ପଂହଚିଲାଣି । ତେବେ ସ୍ୱାସ୍ଥ୍ୟବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗଂଜାମରୁ ୪, କଟକରୁ ଜଣେ ଓ ଭୁବନେଶ୍ୱରରେ ଜଣେ ଆଖି ବୁଜିଛନ୍ତି ।

ଆଜି ମୋଟରେ ୨୩ ଜିଲ୍ଲାରୁ ୬୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୩୭୩୭ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲାଣି ଯାହା ଏବେ ଚିନ୍ତାର କାରଣ ପାଲଟିଛି । କରୋନାକୁ ରୋକିବା ପାଇଁ ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟ ନିଜନିଜ ଜିଲ୍ଲାରେ କଟକଣା ଲାଗୁ କରିଛନ୍ତି । କିନ୍ତୁ ପ୍ରତିଦିନ କରୋନାର ସଂଖ୍ୟା ବଢିବାରେ ଲାଗିଛି ।