ରାଜ୍ୟରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱରର, ଓଡ଼ିଶାରେ ୬୦ରେ ପହଁଚିଲା ପଜିଟିଭ୍ ସଂଖ୍ୟା ।

2,028

କନକ ବ୍ୟୁରୋ: ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ୱର ଝାରପଡ଼ାର ୫୦ ବର୍ଷୀୟ ଯୁବକଙ୍କ ନମୂନା ଆସିଲା ପଜିଟିଭ୍ । ଆକ୍ରାନ୍ତ ଯୁବକ ଜଣକ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦେଲେ । ଆଉ ତିନିଜଣ ବମିଖାଲ ଅଞ୍ଚଳର । ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ୫୧ ଓ ୭୦ ବର୍ଷୀୟ । ଏବଂ ଜଣେ ମହିଳା ୫୧ ବର୍ଷୀୟ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଡକ୍ଟର ବିଜୟ ମାହାପାତ୍ର ।

ତେବେ ପୂର୍ବରୁ ଆଜି ସକାଳୁ ଯାଜପୁର ଅଞ୍ଚଳରୁ ଚିହ୍ନଟ ହୋଇଥିଲେ ଆଉ ଜଣେ କରୋନା ଆକ୍ରାନ୍ତ । ବର୍ତ୍ତମାନ ଆଉ ୪ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଁଚିଲା । ତେବେ ପ୍ରତିଦିନ ଅଧିକରୁ ଅଧିକ ନମୂନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଡକ୍ଟର ବିଜୟ ମାହାପାତ୍ର ।

ଅନ୍ୟପଟେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧୮ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ରାଜ୍ୟରେ ଏବେ ୪୧ ଜଣ ସକ୍ରିୟ ସଂକ୍ରମିତଙ୍କର ଚିକିତ୍ସା ଚାଲିଛି । ରାଜ୍ୟରେ ମୋଟ୍ ୬୦ ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।