କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ଆଜି ଗୋଟିଏ ଦିନରେ ୨୩ ଜିଲ୍ଲାରୁ ୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ । ମିଳିଥିବା ସୂଚନା ଅନୁସାରେ, ସଂଗରୋଧ କେନ୍ଦ୍ରରୁ ୩୨୨ ଓ ସ୍ଥାନୀୟ ଅଂଚଳରୁ ୧୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗଂଜାମରୁ ୨୪୬, ଖୋର୍ଦ୍ଧା-୬୪, ବାଲେଶ୍ୱର-୨୧, କଟକ-୨୧, ଭଦ୍ରକ-୭, ବଲାଙ୍ଗୀର-୩, ବୌଦ୍ଧ-୨, ଅନୁଗୁଳ-୧, ଜଗତସିଂହପୁର-୧, ଯାଜପୁର-୧୫, କଳାହାଣ୍ଡି-୨, କେନ୍ଦ୍ରାପଡା-୧୧, କେନ୍ଦୁଝର-୧୦, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ । ନୟାଗଡ-୧୬, ନୂଆପଡା-୯, ପୁରୀ-୭, ରୟଗଡା-୧, ସୁନ୍ଦରଗଡ-୧୦ ଓ ମୟୂରଭଂଜପୁ ୧୪ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ଏବଂ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୧୦ ହଜାର ୪୭୬ । ସେହିପରି ମୃତକଙ୍କ ସଂଖ୍ୟା ୭୦ ପାର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/11-17.jpg)