କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୩୭ ଜଣଙ୍କ ସମତେ ରାଜ୍ୟରେ ଆଜି ୩ ହଜାର ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୩ ହଜାର ୪୬୬ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପୁରୀ ଜିଲ୍ଲାରୁ ଆଜି ଦ୍ୱିତୀୟ ସର୍ବାଧିକ ୪୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୨୯୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪୦ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୮ ଜଣ, ଯାଜପୁର ଜିଲ୍ଲାରୁ ୧୨୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୭ ଜଣ, ଜଗତସିଂହପୁର ଜିଲ୍ଳାରୁ ୧୦୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୪ ଜଣ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେହିପରି ବରଗଡ଼, କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଜି ୮୪ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୮୨ ଜଣ, ରାୟଗଡ଼ା ଜିଲ୍ଲାରୁ ୮୦ ଜଣ, ଗଂଜାମ, କୋରାପୁଟ ଜିଲ୍ଲାରୁ ୭୫-୭୫ ଜଣ, ସମ୍ବଲପୁର ଜିଲ୍ଲାରୁ ୭୧ ଜଣ, ନୟାଗଡ଼ ଜିଲ୍ଲାରୁ ୫୫ ଜଣ, ଭଦ୍ରକ ଜିଲ୍ଲାରୁ ୫୪ ଜଣ, ନୂଆପଡ଼ା ଜିଲ୍ଲାରୁ ୪୪ ଜଣ, କେନ୍ଦୁଝର ଜିଲ୍ଲାରୁ ୪୩ ଜଣ, ମାଲକାନଗିରି ଜିଲ୍ଲାରୁ ୩୭ ଜଣ, ବୌଦ୍ଧ ଜିଲ୍ଲାରୁ ୩୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୮ ଜଣ, ଗଜପତି ଜିଲ୍ଲାରୁ ୨୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ ଜଣ, ଦେବଗଡ଼ ଜିଲ୍ଲାରୁ ୧୮ ଜଣ, କନ୍ଧମାଳ ଜିଲ୍ଲାରୁ ୧୬ ଜଣ ଓ ଅନୁଗୁଳ ଜିଲ୍ଲାରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/23-14.jpg)