କନକ ବ୍ୟୁରୋ : ଆଜି ଭୁବନେଶ୍ୱରରୁ ୩୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୫ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଏମ୍ସିର ସୂଚନା ଅନୁସାରେ ୟୁନିଟ-୬ ସ୍ଥିତ ଏକ ସରକାରୀ ସଂଗରୋଧରୁ ୬ ଜଣ, ୟୁନିଟ-୧, ୟୁନିଟ-୯, ରସୁଲଗଡ଼, ଚକେଇସିହାଣୀରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲରୁ ୯ ଜଣ ଅଛନ୍ତି । ସେହିଭଳି ଆଇଆରସି ଭିଲେଜରୁ ୯ ଜଣ, ନୟାପଲ୍ଲୀରୁ ୮ ଜଣ, ପଟିଆ, ଚନ୍ଦକାରୁ ୫-୫ ଜଣ, ଜାଗମରାରୁ ୪ ଜଣ, ବଡ଼ଗଡ଼ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି ।