କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ମହାଦେବଙ୍କ ଉପରେ ଜଳ ଲାଗି କରୁଛନ୍ତି କାଉଡିଆ ଭକ୍ତ । ଶିବାଳୟକୁ ଛୁଟିଛି ଭକ୍ତଙ୍କ ସୁଅ । ଆଉ ରାସ୍ତାରେ ଜମିଛି । ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ । ହର ହର ମହାଦେବ ଧ୍ୱନି ସହ ଆଗେଇ ଚାଲିଛନ୍ତି ଭକ୍ତଗଣ । ମହାଦେବଙ୍କ ଉପରେ ଜଳ ଢାଳି ପୂର୍ଣ୍ଣକରିବେ ନିଜ ମନସ୍କାମନା । ଏହି ଲକ୍ଷ୍ୟରେ ଶିବାଳୟ ମାନଙ୍କୁ ଆଗେଇ ଚାଲିଛନ୍ତି ବୋଲବମ୍ ଭକ୍ତଗଣ ।
କିଛି ଭକ୍ତ ଜଳପାତ୍ର ଧରି ରାତିରୁ ମଧ୍ୟ ଅପେକ୍ଷା କରିଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ, କଟକ ଜିଲ୍ଲାର ଧବଳେଶ୍ୱର, ପୁରୀର ଲୋକନାଥ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ ଶରଣକୁଳର ଲଡୁକେଶ୍ୱର, ସମ୍ବଲପୁର ଧମାସ୍ଥିତ ବିମଳେଶ୍ୱର ପରି ପ୍ରସିଦ୍ଧ ଶିବମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/Srabana-Monday-2.jpg)