ଭୁବନେଶ୍ୱର, କଟକ ଓ ଭଦ୍ରକରେ କର୍ଫ୍ୟୁ ଆଜି ଦ୍ୱିତୀୟ ଦିନ । ରାସ୍ତାଘାଟ ଶୂନଶାନ, ନିର୍ଦ୍ଧିଷ୍ଟ ଔଷଧ ଦେକାନକୁ ଛାଡି ସବୁ ବନ୍ଦ :ସେପଟେ ଯାଜପୁର ସହରାଂଚଳ ଓ ପିପିଲିରେ ବି ସଟଡାଉନ

333

କନକ ବ୍ୟୁରୋ : ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟଡାଉନର ଆଜି ଦ୍ୱିତୀୟ ଦିନ । ସଟଡାଉନ ଯୋଗୁଁ ସହରର ରାସ୍ତାଘାଟ ଶୂନଶାନ ରହିଛି । ଛାରିଆଡେ ନିସ୍ତବ୍ଧ । ନିର୍ଦ୍ଧିଷ୍ଟ ଔଷଧ ଦେକାନକୁ ଛାଡି ସହରର ସବୁ ଦୋକାନ ବଜାର ବନ୍ଦ ରହିଛି । ସେହିପରି କେବଳ ସ୍ୱାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ ଓ ଆଉ କେତେକ ଜରୁରୀକାଳିନ ସେବା ଯୋଗାଉଥିବା କର୍ମଚାରୀ ଘରୁ ବାହାରକୁ ବାହାରିଛନ୍ତି ।

ଅନ୍ୟମାନଙ୍କୁ ଘରୁ ବାହାରକୁ ନବାହାରିବାକୁ କୁହାଯାଇଛି । ଏପରିକି ଏହି ସମୟରେ ଘରୁ ପଦାକୁ ବାହାରିଲେ ସେମାନଙ୍କୁ ଧରି ନେଇ ବାଧ୍ୟତାମୂଳକ ଭାବେ କ୍ୱାରେନଟାଇନରେ ପଠାଇ ଦେଉଛି ପୋଲିସ୍ । ଗତକାଲି ଏଭଳି କିଛି ଅମାନିଆ ଯୁବକଙ୍କୁ ବିଭିନ୍ନ ସ୍ଥାନରୁ ଧରି କ୍ୱାରେନଟାଇନରେ ପଠାଇ ଦେଇଥିଲା ପୋଲିସ୍ ।