ଭୁବନେଶ୍ୱରରୁ ଆଜି ୨୯୦ କରୋନା ପଜିଟିଭ୍‌ ଚିହ୍ନଟ : ସୁସ୍ଥ ହେଲେ ୩୫୨ ଜଣ ଆକ୍ରାନ୍ତ

Advertisment
ଭୁବନେଶ୍ୱରରୁ ଆଜି ୨୯୦ କରୋନା ପଜିଟିଭ୍‌ ଚିହ୍ନଟ : ସୁସ୍ଥ ହେଲେ ୩୫୨ ଜଣ ଆକ୍ରାନ୍ତ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୨୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୯ ଜଣ ସଂଗରୋଧ ଓ ୨୧୧ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୫ ହଜାର ୪୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୧ ହଜାର ୮୯୭ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୪୨୯ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ବରମୁଣ୍ଡାରୁ ୭ ଜଣ, ୟୁନିଟ-୬, ପଟିଆ, ସତ୍ୟନଗରରୁ ୫-୫ ଜଣ, ନୂଆଗାଁ, ସହିଦ ନଗରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ସତ୍ୟନଗର, ଚନ୍ଦ୍ରଶେଖରପୁର, ବରମୁଣ୍ଡାରୁ ୧୧ ଜଣ ଲେଖାଏଁ, ପୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଲକ୍ଷ୍ମୀସାଗରରୁ ୧୦-୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଶୈଳଶ୍ରୀ ବିହାର, ପଟିଆରୁ ୬-୬ ଜଣ, ଖଣ୍ଡଗିରି, ଆଇଆରସି ଭିଲେଜ, ସହିଦ ନଗରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe