ଆଜି ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏପ୍ରିଲ ୬ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ରହିବ କାଳବୈଶାଖୀର ପ୍ରଭାବ

ଅସହ୍ୟ ଗୁଳୁଗୁଳି ଓ ଗରମରୁ ମିଳିପାରେ ଆଶ୍ୱସ୍ତି : ଆସନ୍ତାକାଲି ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସମ୍ଭାବନା

କନକ ବ୍ୟୁରୋ : କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ କମିଛି ତାତି। ସବୁଠି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଛି। ଶନିବାର ୪୦ ଡିଗ୍ରି ଛୁଇଁଥିବା କଟକର ତାପମାତ୍ରା ୩୪.୮ ଡିଗ୍ରିକୁ ଖସି ଆସିଛି। ଭୁବନେଶ୍ବରର ତାପମାତ୍ରା ପ୍ରାୟତଃ ସ୍ଥିର ରହିଛି। ବାଲେଶ୍ବର ସମେତ ପାରାଦୀପ, ପୁରୀ, ଗୋପାଳପୁର, ବାରିପଦା, କେନ୍ଦୁଝର, ଦାରିଙ୍ଗବାଡ଼ିରେ ତାପମାତ୍ରା ୩୫ ଡିଗ୍ରି ତଳକୁ ଖସିଛି। ତେବେ ଟିଟିଲାଗଡ଼ ତାପମାତ୍ରା ଅପରିବର୍ତ୍ତିତ ରହିଛି । ମାଲକାନଗିରିର ତାପମାତ୍ରା ୪୦.୫ ଡିଗ୍ରିକୁ ଖସି ଆସିଥିବା ବେଳେ ଭବାନୀପାଟଣାରେ ୪୦.୫ ଓ ସୋନପୁରରେ ୪୦ ଡିଗ୍ରି ରହିଛି। କେତେକ ସ୍ଥାନରେ ବର୍ଷା ହୋଇଥିବାରୁ ଲୋକଙ୍କୁ ତାତିରୁ ଟିକିଏ ନିସ୍ତାର ମିଳିଛି। ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଲାଗିରହିବ। ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ଏହାପରେ କିନ୍ତୁ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

publive-image https://www.google.com

ଆକଳନ କରାଯାଇଛି ଯେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ୨୨ ଜିଲ୍ଲାରେ ହାଲକା ବର୍ଷା ସହ କାଳବୈଶାଖୀ ଆଶଙ୍କା ରହିଛି। ମୟୂଭରଞ୍ଜ ସମେତ ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଗଞ୍ଜାମର ଅଧିକାଂଶ ସ୍ଥାନରେ ପ୍ରଭାବ ରହିବ। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ତେବେ ପଶ୍ଚିମ ଓଡ଼ିଶାରେ ପୂର୍ବ ଭଳି ତାପମାତ୍ରା ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe