ଆଜି ଓଡିଶା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । ସିଏଏକୁ ନେଇ ଚାଲିଥିବା ଜନଜାଗରଣ ଅଭିଯାନରେ ହେବେ ସାମିଲ

Advertisment
ଆଜି ଓଡିଶା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । ସିଏଏକୁ ନେଇ ଚାଲିଥିବା ଜନଜାଗରଣ ଅଭିଯାନରେ ହେବେ ସାମିଲ

କନକ ବ୍ୟୁରୋ : ବିଜେପି ପକ୍ଷରୁ ଦେଶ ବ୍ୟାପୀ ନାଗରିକତା ଆଇନ ସଂଶୋଧନ(ସିଏଏ) ସମ୍ପର୍କରେ ଜନଜାଗରଣ ଅଭିଯାନ ଚାଲୁ ରହିଛି। ଓଡ଼ିଶାରେ ଏହି ଅଭିଯାନରେ ଯୋଗ ଦେବା ପାଇଁ କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଓଡ଼ିଶା ଆସୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ ୧୦ ତାରିଖ ଅପରାହ୍ନ ୧ଟାରେ ଭୁବନେଶ୍ବରରେ ପହଞ୍ଚି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ରାତିରେ ଟ୍ରେନ୍ ଯୋଗେ ସମ୍ବଲପୁର ଗସ୍ତ କରିବେ। ୧୧ ତାରିଖ ସକାଳେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗ ଦେଇ ସିଏଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ସକାଳ ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚି ସିଧା ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ। ମଧ୍ୟାହ୍ନରେ ବ୍ରହ୍ମପୁର ସିଟି ହାଇସ୍କୁଲ୍ ପଡ଼ିଆରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe