ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା : ୨୪ ଘଂଟାରେ ୧୫ ଜଣଙ୍କ ପ୍ରାଣ ନେଲା କରୋନା

281

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତ ୧୫ ଆକ୍ରାନ୍ତ ହେଉଛନ୍ତି ପୁରୁଷ । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୩୬ ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ସମସ୍ତ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣଙ୍କର ପୂର୍ବରୁ ଅନ୍ୟ ରୋଗ ଥିବାବେଳେ ଅବଶିଷ୍ଟ ୬ ଜଣ କେବଳ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

ପୂର୍ବରୁ ଅନ୍ୟ କୌଣସି ରୋଗ ନଥିବା ମୃତକମାନେ ହେଲେ ବାଲେଶ୍ୱରର ୫୧ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ୪୨ ଓ ୭୦ ବର୍ଷୀୟ ପୁରୁଷ, ଢେଙ୍କାନାଳର ୭୨ ବର୍ଷୀୟ ପୁରୁଷ, ମୟୁରଭଞ୍ଜର ୭୪ ବର୍ଷୀୟ ପୁରୁଷ ଓ ନୂଆପଡ଼ାର ୩୭ ବର୍ଷୀୟ ଯୁବକ । ଅନ୍ୟପକ୍ଷରେ ମଧୁମେହ ଓ ଉଚ୍ଚରକ୍ତ ଚାପରେ ପୀଡ଼ିତ ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ବ୍ୟକ୍ତି, କନ୍ଧମାଳର ୭୫ ବର୍ଷୀୟ ବ୍ୟକ୍ତି, ମାଲକାନଗିରିର ୪୧ ବର୍ଷୀୟ ଯୁବକ, ପୁରୀର ୭୨ ଓ ୭୦ ବର୍ଷୀୟ ବ୍ୟକ୍ତି, ମୟୁରଭଞ୍ଜର ୬୩ ବର୍ଷୀୟ ବ୍ୟକ୍ତି ଓ ନୟାଗଡ଼ର ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱରର ଜଣେ ୩୫ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି, ଯିଏକି କିଡନୀ ରୋଗରେ ପୀଡ଼ିତ ଥିଲେ । କଟକର ଜଣେ ୬୭ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଯିଏକି ବାତରୋଗ ଓ ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।