ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଆଜି ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନା ଯୋଦ୍ଧାଙ୍କ ମନବଳ ବଢ଼ାଇବା ପାଇଁ ରଖିପାରନ୍ତି ବାର୍ତା

304

କନକ ବ୍ୟୁରୋ : ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଆଜି ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଦିନ ୧୧ଟାରେ ରେଡିଓ ଜରିଆରେ ଦେଶବାସୀଙ୍କ ପାଇଁ ବାର୍ତା ରଖିବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଏହି ମନ କି ବାତ କାର୍ଯ୍ୟକ୍ରମ ୭୭ ତମ ସଂସ୍କରଣ ।

ଗତ ଥର ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ ଯୋଦ୍ଧା ଓ ସମୁଖ ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ ପ୍ରଶଂସା କରିଥିଲେ । ଦେଶ ବର୍ତମାନ କୋଭିଡ ମୁକାବିଲା କରୁଥିବା ବେଳେ ଏନେଇ ଆଜି ଦେଶବାସୀଙ୍କୁ ବାର୍ତା ଦେଇପାରନ୍ତି ନରେନ୍ଦ୍ର ମୋଦୀ ।

ପ୍ରତିଥର ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି କୌଣସି ନା କୌଣସି ପରିଶ୍ରମୀ ଏବଂ ସମାଜ ପାଇଁ ବର୍ତ୍ତା ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ କହିଥାନ୍ତି ଏବଂ ତାଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରିଥାନ୍ତି । ସେଥିମଧ୍ୟରେ ଓଡିଶାର ଅନେକ ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ମୋଦି ତାଙ୍କ ମନ କି ବାତରେ କହିସାରିଛନ୍ତି । ତେବେ ମୋଦି ତାଙ୍କ ମନ କି ବାତରେ କଣ କହିବେ ତାଉପରେ ନଜର ।