ନିର୍ଭୟା ମାମଲାରେ ଆଜି ପୁଣି ଶୁଣାଣି । ପଟ୍ଟିଆଲା ହାଉସ କୋର୍ଟ ପୁଣି ଧାର୍ଯ୍ୟ କରିପାରନ୍ତି ଫାଶୀ ତାରିଖ

ନିର୍ଭୟା ଦୋଷୀକୁ ମିଳିବ ନ୍ୟାୟ । ଫାଶୀ ଖୁଣ୍ଟରେ ଝୁଲିବେ ୪ ସୈତାନ , ସେପଟେ ମାର୍ଚ୍ଚ ୨୦କୁ ନିର୍ଭୟା ଦିବସ ପାଳନ କରିବାକୁ ଆଶା ଦେବୀ କଲେ ଅପିଲ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପଟିଆଲା ହାଉସ୍ କୋର୍ଟରେ ହେବ ଶୁଣାଣି । ୪ ଦୋଷୀଙ୍କ ନୂଆ ଡେଥ୍ ୱାରେଂଟ ନେଇ ଶେଷ ରାୟ ଦେଇପାରନ୍ତି କୋର୍ଟ । ନୂଆ ଫାଶୀ ତାରିଖ ନେଇ କେନ୍ଦ୍ରର ଆବେଦନ ଉପରେ ଶୁଣାଣି କରିବେ ପଟିଆଲା ହାଉସ କୋର୍ଟ ।

ଆଜି ଅପରାହ୍ଣ ୨ଟାରେ ହେବ ଶୁଣାଣି । ପୂର୍ବରୁ ତଥା ଗତ ଗୁରୁବାର ଦିନ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଅଭିଯୁକ୍ତଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ କେନ୍ଦ୍ର କରିଥିଲା କୋର୍ଟରେ ଆବେଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe