କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପଟିଆଲା ହାଉସ୍ କୋର୍ଟରେ ହେବ ଶୁଣାଣି । ୪ ଦୋଷୀଙ୍କ ନୂଆ ଡେଥ୍ ୱାରେଂଟ ନେଇ ଶେଷ ରାୟ ଦେଇପାରନ୍ତି କୋର୍ଟ । ନୂଆ ଫାଶୀ ତାରିଖ ନେଇ କେନ୍ଦ୍ରର ଆବେଦନ ଉପରେ ଶୁଣାଣି କରିବେ ପଟିଆଲା ହାଉସ କୋର୍ଟ ।
ଆଜି ଅପରାହ୍ଣ ୨ଟାରେ ହେବ ଶୁଣାଣି । ପୂର୍ବରୁ ତଥା ଗତ ଗୁରୁବାର ଦିନ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଅଭିଯୁକ୍ତଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ କେନ୍ଦ୍ର କରିଥିଲା କୋର୍ଟରେ ଆବେଦନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/5708290877030400-750x430-1.jpg)