ଶଙ୍ଖ ଧରିଲେ ଗଣେଶ୍ୱର ବେହେରା । କହିଲେ , ‘ ମୁଁ ଛୋଟ ମଣିଷ, କେନ୍ଦ୍ରାପଡାବାସୀଙ୍କ ସେବା କରିବା ମୋ ଲକ୍ଷ୍ୟ’

Advertisment
ଶଙ୍ଖ ଧରିଲେ ଗଣେଶ୍ୱର ବେହେରା । କହିଲେ , ‘ ମୁଁ ଛୋଟ ମଣିଷ, କେନ୍ଦ୍ରାପଡାବାସୀଙ୍କ ସେବା କରିବା ମୋ ଲକ୍ଷ୍ୟ’

କନକ ବ୍ୟୁରୋ: ବିପୁଳ ସମର୍ଥକଙ୍କ ସହ ଶଙ୍ଖ ଭବନ ଯାଇ ବିଜେଡିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ତାଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ଏକାଧିକ କଂଗ୍ରେସ କର୍ମୀ । ବିଜେଡିରେ ସାମିଲ ହେବା ପରେ ଗଣେଶ୍ୱର କହିଛନ୍ତି, ସେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଇଆସିଛନ୍ତି । ଆଜି ବିଜେଡିରେ ମିଶିବା ପରେ ତାଙ୍କ ଜୀବନର ୨ ଲକ୍ଷ୍ୟ । ଦଳ ଓ କେନ୍ଦ୍ରାପଡାବାସୀଙ୍କ ସେବା ତାଙ୍କ ଜୀବନର ଦୁଇଟି ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଗଣେଶ୍ୱର ।

ଏହାସହ ବିଜେଡି ସୁପ୍ରିମୋଙ୍କ ସେ କୃତଜ୍ଞତା ଜଣାଇଛନ୍ତି । କହିଛନ୍ତି, ନବୀନ ପଟ୍ଟନାୟକ ପ୍ରତିଭାକୁ ଚିହ୍ନିପାରନ୍ତି । ଏବେ ସେ ତାଙ୍କ ଆଶୀର୍ବାଦ ନେଇ ଆଗକୁ ବଢିବେ କେନ୍ଦ୍ରାପଡାବାସୀଙ୍କ ସେବା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe