ମଦୁଆଙ୍କୁ କାବୁ କରିବାକୁ ଯାଇ ମାଡ ଖାଇଲା ପୋଲିସ : ଅନୁଗୁଳ ବନ୍ତଳା ଥାନା ଏଏସଆଇ ଆକ୍ରମଣର ଶିକାର; ସୋସିିଆଲ ମିଡିଆରେ ଭିଡିଓ ଭାଇରାଲ

205

କନକ ବ୍ୟୁରୋ : ମଦୁଆଙ୍କୁ ବାକୁ କରିବାକୁ ଯାଇ ନିର୍ଘାତ ମାଡ ଖାଇଲା ପୋଲିସ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ଏଏସଆଇ ବିଏନ ସାହୁ ୨ଜଣ ମଦ୍ୟପ ଯୁବକଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ସେହି ସମୟର ଏକ ଭିଡିଓ ଏବେ ସୋସିିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ନୀଲ ରଙ୍ଗର ସାଦା ପୋଷାକ ପିନ୍ଧିଥିବା ବ୍ୟକ୍ତି ହେଉଛନ୍ତି ବନ୍ତଳା ଥାନାର ଏଏସଆଇ ବିଏନ ସାହୁ । ବଲଙ୍ଗ ଗାଁର ଦୁଇ ଯୁବକ ଆଲୋକ ସାହୁ ଓ ମହେଶ କୁମାର ସ୍ୱାଇଁ ମଦ ପିଇ ଉତ୍ପାତ କରୁଥିବା ଖବର ଥାନାରେ ପହଂଚିଥିଲା ।

ବନ୍ତଳା ଛକରେ ଦୁହେଁ ଉତ୍ପାତ କରୁଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ସାଦା ପୋଷାକରେ ପହଂଚିଥିଲେ ଏଏସଆଇ । ସେମାନଙ୍କ ବାଇକରୁ ହଠାତ ଚାବି ଛଡାଇ ନେବାରୁ ଦୁହେଁ ମିଶି ଆକ୍ରମଣ କରିଥିଲେ । ଯୁବକଙ୍କ କବଳରୁ ବଂଚାଇବା ପାଇଁ ଚିକ୍ରାର କରିଥିଲେ ଏଏସଆଇ ସାହୁ । ପରେ ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ ବାକୁ କରିଥିଲେ । ପୋଲିସ ଏବେ ଦୁହିଁଙ୍କ ନାଁରେ ଆଇପିସିର ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ଦଫା ଲଗାଇ କୋର୍ଟ ଚାଲାଣ କରିଛି ।