ଆଖି ତଳେ ପଡୁଛି କି କଳା ଦାଗ? ଆପଣାନ୍ତୁ ଏହି ଘରୋଇ ଉପଚାର ।

372

କନକ ବ୍ୟୁରୋ: ଆଖି ହେଉଛି ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ଏଥିରେ ସାମାନ୍ୟ ସମସ୍ୟା ହେଲେ ଅସ୍ତବ୍ୟସ୍ତ କରିପକାଏ । ଆମେ ଦେଖୁ ଯେ , ଅନେକଙ୍କର ସୁନ୍ଦର ମୁହଁ ହୋଇଥିଲେ ବି ଆଖିତଳ କଳା ପଡି ଏଥିରେ ଯେପରି ଭଟ୍ଟା ପକାଇଦିଏ । ଏଥିପାଇଁ ବଜାରରୁ ଦାମୀ କ୍ରିମ କିଣି ଲଗାଇଥାନ୍ତି ଅନେକ । ହେଲେ କିଛି ସୁଫଳ ମିଳିନଥାଏ । କିନ୍ତୁ ଆଖି ତଳ ଚର୍ମ ଅତି ସୂକ୍ଷ୍ମ ଓ ପତଳା ହୋଇଥିବାରୁ ଏଥିରେ ବିନା ଡାକ୍ତରୀ ପରାମର୍ଶରେ ନିଜ ଇଚ୍ଛାରେ କୌଣସି କେମିକାଲ କ୍ରିମ ଲଗାଇବା କ୍ଷତିକାରକ । ବରଂ ଏହାଠାରୁ ଭଲ ଡାକ୍ତରଙ୍କ ପରାମର୍ଶ ପୂର୍ବରୁ ଯଦି ପାରିବେ କିଛି ସାବଧାନତା ସହ ଘରୋଇ ଉପଚାର କରନ୍ତୁ ଯାହା କିଛି ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି କରିବ ନାହିଁ ।ତେବେ ଆସନ୍ତୁ ଜାଣିବା କ’ଣ ଏସବୁ ଘରୋଇ ଉପଚାର ଯାହା ଆଖିର କଳାଦାଗକୁ ଦୂର କରିପାରେ ।

• ଯଦି ଆପଣ ବାହାରକୁ ଯାଉଛନ୍ତି, ତେବେ ଯିବା ପୂର୍ବରୁ ସନ୍‌ ଗ୍ଲାସ୍ ଲଗାଇବା ଜରୁରୀ  ଅଟେ। ବାହାରୁ ଆସିବା ପରେ ଆଖିରେ ଥଣ୍ଡା ପାଣିରେ ଧୋଇବା ଅତ୍ୟନ୍ତ ଆବଶ୍ୟକ । ଏହା ଦ୍ୱାରା ଆଖି ଭିତରେ ଥିବା ସମସ୍ତ ମଇଳା ସଫା ହୋଇଥାଏ ।

• ନିୟମିତ ପର୍ୟ୍ୟାପ୍ତ ପରିମାଣରେ ଅଧିକ ସମୟ ଶୋଇଲେ ଆଖି ତଳ କଳାଦାଗର ସମସ୍ୟା ଉପୁଜିନଥାଏ । ତେବେ ବାହାରକୁ ଯିବା ପୂର୍ବରୁ ଆଖି ତଳେ ସନ୍‌‌ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ । ଏହା ଦ୍ୱାରା ଆଖି ଫୁଲିବା ଓ କଳା ଦାଗର ସମସ୍ୟା ଦ୍ୟର ହୋଇଥାଏ ।

• ଏଥିପାଇଁ ନିୟମିତ ଆଖି ତଳେ ବାଦାମ ତେଲ ଲଗାଇଲେ ଆଖି ତଳ କଳାଦାଗ ଦୂର ହୋଇଥାଏ । ନିୟମିତ ଭାବେ ଦିନକୁ ୫ରୁ ୬ ଥର ଥଣ୍ଡା ପାଣିରେ ଆଖି ଓ ଚାରିପାଖରେ ପାଣିରେ ଧୁଅନ୍ତୁ ।  ଖରାରୁ ଆସିବା ପରେ ବରଫ ଘଷିଲେ ଏହା ଆଖି ପାଇଁ ଅତ୍ୟନ୍ତ ଲାଭ ଦାୟକ ।

• ସେହିପରି ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ । ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ । ପୁଦିନା ଓ ଟମାଟୋ ଓ ଲେମ୍ବୁରସ ମିଶ୍ରଣରେ ଏକ ପେଷ୍ଟ ପ୍ରସ୍ତୁତ କରି ଆଖି ଥଲେ ଲଗାନ୍ତୁ । ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

• ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ। ଏହି ଭଳି ପ୍ରତିଦିନ କରିବା ଦ୍ୱାରା କଳା ଦାଗ ଦୂର ହୋଇଥାଏ । ଆଳୁ ରସକୁ ଦିନକୁ ୨ ଥର ଆଖି ତଳେ ଲଗାଇଲେ କଳା ଦାଗ ଦୂର ହୋଇଥାଏ ।