ଏମିତି ଏକ ନିଆରା ଗାଁ ! ଯେଉଁଠିକୁ ପ୍ରବେଶ କଲେ କରିବାକୁ ପଡେ ରେଜିଷ୍ଟ୍ରେସନ, ଜାଣନ୍ତୁ କାହିଁକି ।
ହେଲେ ଆପଣଙ୍କୁ ଶୁଣିଲେ ଏହା ଆଶ୍ଚର୍ଯ୍ୟ ଲାଗିପାରେ ଆମ ଦେଶରେ ଏମିତି ଏକ ଗାଁ ରହିଛି ଯେଉଁଠି ପ୍ରବେଶ କରିବାକୁ ହେଲେ ଆପଣଙ୍କୁ ରେଜିଷ୍ଟ୍ରେସନ କରି ପ୍ରବେଶ କରିବାକୁ ହେବ । ଭାରତର ଝାଡଖଣ୍ଡ ଓ ଛତିଶଗଡ ସୀମାନ୍ତରେ ଅବସ୍ଥିତ ଥିବା ରାୟପୁର ଗାଁରେ ରହିଛି ଏଭଳି ପ୍ରଥା । ଏହି ଗାଁକୁ ଆସୁଥିବା ବ୍ୟକ୍ତିଙ୍କୁ ଗାଁରେ ପ୍ରବେଶ କରିବା ପୂର୍ବରୁ ରେଜିଷ୍ଟ୍ରେସନ ବାଧ୍ୟତା ମୂଳକ ଭାବେ କରିବାକୁ ପଡିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗାଁରେ ପ୍ରବେଶ କରିବା ମାତ୍ରେ ଗାଁର ପ୍ରଥମାର୍ଦ୍ଧରେ ଥିବା ପଥରଖଣ୍ଡ ଉପରେ ଆପଣ ନିଜ ନାଁ, ଘର ଠିକଣା ଏବଂ ତାରିଖ ଲେଖି ପ୍ରବେଶ କରିବାକୁ ଏଠାରେ ବାଧ୍ୟତାମୂଳକ ଭାବେ ପାଳନ କରାଯାଏ । ଆପଣ ଜାଣିଥିବେ ପ୍ରତୋକ ଗାଁରେ ପ୍ରବେଶ କରିବା ମାତ୍ରେ ଏକ ପଥର ଖଣ୍ଡରେ ଗାଁର ନାଁ ଲେଖା ଯାଇଥାଏ । କିନ୍ତୁ ଏହି ଗାଁରେ ପ୍ରବେଶ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି ।
ସୂଚନା ମୁତାବକ ଏଠାରେ ଅନୁସୂଚିତ ଜନଜାତି ଲୋକ ବସବାସ କରନ୍ତି । ତେବେ ଯେଉଁମାନେ ଅନ୍ୟ ଅଞ୍ଚଳର ପ୍ରବାସୀ ଏହି ଗାଁକୁ ଆସିବା ସମୟରେ ଶିଳାଖଣ୍ଡରେ ନିଜ ନାଁ ସହିତ ଠିକଣା ଏବଂ ତାରିଖ ରେଜିଷ୍ଟ୍ରେସନ କରି ଯିବାକୁ ପଡିବାର ନିୟମ ରହିଛି । ଏହାସହିତ ଗାଁକୁ ପ୍ରବେଶ କରିବାର କାରଣ ମଧ୍ୟ ଶିଳାଖଣ୍ଡରେ ଲେଖିବା ପାଇଁ ପଡିବ । ଗ୍ରାମରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡାଇବାକୁ ଯାଇ ଏଭଳି ନିୟମ କରାଯାଇଥିବା ଜଣାପଡିଛି । ଏକ ରିପୋର୍ଟରୁ ଜଣାପଡିଛି ଯେ ଗତ ୫ ରୁ ୬ଦିନ ତଳେ ରାୟପୁର ଠାରେ ଆଦିବାସି ସମ୍ପ୍ରଦାୟ ବୈଠକରେ ଏଭଳି ନିଷ୍ପତି ହୋଇଛି । ଏଠାରେ ଏହି ନିୟମ ପ୍ରଶାସନିକ ଅଧିକାରୀ ନେତାମାନଙ୍କ କ୍ଷେତ୍ରରେ ଲାଗୁ ହୋଇ ନାହିଁ ।