ଜାମ୍ମୁ ଓ କଶ୍ମୀରରେ ଆତଙ୍କ ପାଣ୍ଠି ଏବଂ ଆତଙ୍କ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟକଳାପ ବିପକ୍ଷରେ ଏକାଧିକ ଏଜେଣ୍ଟମାନଙ୍କ କାର୍ଯ୍ୟରେ ସମନ୍ଵୟ ରକ୍ଷା ଏବଂ ମିଳିତ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ‘ମଲଟି-ଡିସିପ୍ଲିନେରି ଟେରର୍ ମନିଟରିଙ୍ଗ୍ ଗ୍ରୁପ୍’ (ଟିଏମଜି) ଗଠନ କରିଛି ।
ଏହି ‘ଟିଏମଜି’ର ନେତୃତ୍ୱ ନେବେ ଜାମ୍ମୁ ଓ କଶ୍ମୀର ସିଆଇଡିର ଅତିରିକ୍ତ ଡିଜିପି । ଏଥିରେ ଜାମ୍ମୁ ଓ କଶ୍ମୀର ପୁଲିସର ଆଇଜିପି, ଆଡିସନାଲ୍ ଡାଇରେକ୍ଟର୍ ଆଇବି, ସିବିଆଇ, ଏନଆଇଏ, ସିବିଡିଟି, ସିବିଆଇଟି ଏବଂ ଅଧ୍ୟକ୍ଷଙ୍କ ସହ ଅନ୍ୟ ସଦସ୍ୟମାନେ ମନୋନୀତ କରିଥିବା ଅନ୍ୟ ସଦସ୍ୟ ଅନ୍ତର୍ଭୁକ୍ତ ହେବେ ।
ଆଦେଶ ଅନୁସାରେ, ଆତଙ୍କବାଦକୁ କୌଣସି ପ୍ରକାର ସମର୍ଥନ କରିବାରେ ସମ୍ପୃକ୍ତ ଥିବା ମୁଖ୍ୟ ବ୍ୟକ୍ତି ବା ସଂସ୍ଥାର ମୁଖ୍ୟଙ୍କ ବିଷୟରେ ‘ଟିଏମଜି’ ତଦନ୍ତ କରିବା ସହ ମିଳିତ କାର୍ଯ୍ୟାନୁଷ୍ଠାନ ବଳରେ ଆତଙ୍କବାଦକୁ ଯୋଗାଇ ଦିଆଯାଉଥିବା ଅର୍ଥର ଉତ୍ସ ବନ୍ଦ କରିବ । ଏଭଳି କାର୍ଯ୍ୟାନୁଷ୍ଠାନ କଳାପକୁ ସମର୍ଥନ କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଟିଏମଜି ଗ୍ରୁପ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପ୍ରତି ସପ୍ତାହରେ ବୈଠକ ବସାଇ ଏହି ଗ୍ରୁପ୍ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/773630-terrorists.jpg)