ପ୍ରବାସୀ ଓଡିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ନେଇ ସରକାରଙ୍କ ବଡ ନିଷ୍ପତି । ବସ୍ ଯୋଗେ ଗୁଜରାଟରୁ ଆସିବେ ଓଡିଆ ଶ୍ରମିକ । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗଠନ ହେବ ସମନ୍ୱୟ କମିଟି

4,077

କନକ ବ୍ୟୁରୋ: ଗୁଜରାଟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ବସ୍ ଯୋଗେ ରାଜ୍ୟକୁ ନିରାପଦରେ ଫେରିବେ ପ୍ରବାସୀ ଓଡିଆ ଶ୍ରମିକ । ଆଜି ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ ଯୋଗେ ପ୍ରବାସୀ ଓଡିଶାଙ୍କୁ ଆଣିବା ପାଇଁ ମଧ୍ୟପ୍ରଦେଶ, ଛତିଶଗଡ ସରକାରଙ୍କ ସହ ରୋଡ ଟ୍ୟାସ୍କ ଛାଡ କରିବା ନେଇ ସରକାର କଥା ହେବେ । ଏଥିପାଇଁ ଦୁଇ ରାଜ୍ୟର ଦୁଇ ଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନେଇ ସମନ୍ୱୟ କମିଟି ଗଠନ ହେବ ।

ଏହି କମିଟି ଶ୍ରମିକଙ୍କ ଆସିବା ନେଇ ସବୁ ବ୍ୟବସ୍ଥା କରିବେ । ବସ୍ ଯୋଗେ ଫେରିବା ପରେ ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କ ପଂଜିକରଣ ବାଧ୍ୟତାମୂଳକ କରାଯାଇଛି । ସେମାନଙ୍କୁ ୧୪ ଦିନିଆ କ୍ୱାରେନ୍ଟାଇନ୍ରେ ରଖାଯିବ । ଏହାପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, ଏବଂ ସୁସ୍ଥ ଶ୍ରମିକଙ୍କୁ ଘରକୁ ଯିବା ଅନୁମତି ଦିଆଯିବ । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ । ସରକାରଙ୍କ ଏହି ପଦକ୍ଷେପ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ମନରେ ବଡ ଆଶା ସଂଚାର କରିଛି ।