କନକ ବ୍ୟୁରୋ: ରଥଯାତ୍ରା ପାଇଁ ଲୋକଙ୍କୁ ପୁରୀ ଯିବା ଲାଗି ମନା ଥିବା ବେଳେ ଗତକାଲି ରାତିରେ ଭୁବନେଶ୍ୱରରୁ ପୁରୀ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୁଲିସ ସିଲ୍ କରି ଦେଇଛି। ଏ ନେଇ ଗତକାଲି ରାତିରେ କମିସନରେଟ ପୁଲିସର ନିର୍ଦ୍ଦେଶନାମା ପରେ ଭୁବନେଶ୍ୱର ଉପକଣ୍ଠର ୫ଟି ରାସ୍ତାକୁ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରୁ ପୁରୀକୁ ସଂଯୋଗ କରୁଥିବା ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ନିକଟରେ ନାକାବନ୍ଦୀ କରାଯାଇଛି। ସେହିପରି ଜଟଣୀ ଥାନା ଅଧୀନ ବୁଢାପଡ଼ା ଓ ତିରୁମଲ୍ଲ ନିକଟରେ ମଧ୍ୟ ରାସ୍ତାକୁ ସିଲ୍ କରାଯାଇଛି। ବାଲିପାଟଣା ଥାନା ଅଧୀନରେ ମୁକୁନ୍ଦଦାସପୁର ଓ ବନମାଳୀପୁରରେ ମଧ୍ୟ ପୁଲିସ ରାସ୍ତାକୁ ସିଲ୍ କରି ଦେଇଛି। ଏହି ସବୁ ଜାଗାରେ ବାରିକେଡ୍ ଲଗାଯାଇ ୨ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ଏହା ସହ ଗୋଟିଏ ଗୋଟିଏ ନାକାରେ ୩ ଜଣ ଏଏସ୍ଆଇଙ୍କୁ ମୁତୟନ କରାଯାଇଛି। ତିନୋଟି ସିଫ୍ଟ ଅନୁସାରେ ସେମାନେ ଡ୍ୟୁଟି କରିବେ ବୋଲି ଜଣାପଡ଼ିଛି। ବୁଧବାର ପର୍ଯ୍ୟନ୍ତ ଏହି ନାକାବନ୍ଦୀ ବଳବତ୍ତର ରହିବା ସହ ବରିଷ୍ଠ ଅଧିକାରୀମାନେ ନିୟମିତ ଯାଞ୍ଚ କରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/vlcsnap-2020-04-24-14h14m24s107.png)