ଟିକଟକ୍ ପରେ PUBG ପାଳି । ଏହି ମୋବାଇଲ ଗେମକୁ ବ୍ୟାନ୍ କରିବାକୁ ଗୁଗୁଲକୁ ଅନୁରୋଧ କଲା ପୋଲିସ ।

614

ଟିକଟକ୍ ବ୍ୟାନ୍ ପରେ ଏବେ ମୋବାଇଲ ଗେମ PUBG ଉପରେ ସମସ୍ତଙ୍କର ନଜର ରହିଛି । ଟିକଟକ୍ ପୂର୍ବରୁ ମଧ୍ୟ ମୋବାଇଲ ଗେମ PUBGକୁ ବ୍ୟାନ୍ କରିବାକୁ ଦାବି ହୋଇ ଆସୁଥିଲା । କିନ୍ତୁ ଏବେ ରାଜକୋଟ ପୋଲିସ ଗୁଗୁଲକୁ ଏକ ଚିଠି ଲେଖି ଅନୁରୋଧ କରିଛି କି, ମୋବାଇଲ ଗେମ PUBGକୁ ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଉ । ଯାହାଦ୍ୱାରା ଏହାକୁ ଆଉ ଡାଉନଲୋଡ କରାଯାଇପାରିବ ନାହିଁ । କେବଳ ରାଜକୋଟ ସହରରେ ହିଁ ଏହାକୁ ବ୍ୟାନ୍ କରିବାକୁ ଗୁଗୁଲକୁ ଚିଠି ଲେଖିଛି ରାଜକୋଟ ପୋଲିସ ।

ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଏଯାଏଁ ଗୁଗୁଲ ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ । ଏହାପୂର୍ବରୁ ଗତ ମାସ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଦେଶ ମିଳିବା ପରେ ଏହାକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିଲା ।ଏପରିକି ଏହି ଗେମ ଖେଳୁଥିବାରୁ ୧୦ ଜଣଙ୍କୁ ଗିରଫ କରାଯାଇଥିଲା ଓ କିଛି ଜଣଙ୍କ ନାଁରେ ଏତଲା ମଧ୍ୟ ଦାୟର କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହାକୁ ହଟାଇ ଦିଆଯାଇଥିଲା । ରାଜକୋଟରେ ଏପର୍ଯ୍ୟନ୍ତ ଏହି ଗେମ ଉପରେ ବ୍ୟାନ୍ ଜାରି ରହିଛି ।