ବରିଷ୍ଠ ନାଗରିକଙ୍କ ପାଇଁ ଦେଶ ଆପଣାଇଛି ଭିନ୍ନ ଏକ ଉପାୟ : ବୃଦ୍ଧାକାଳରେ ମଧ୍ୟ ପ୍ରତିଦିନ ଯାଉଛନ୍ତି ସ୍କୁଲ ! ପାଠ ନୁହେଁ ବରଂ କ’ଣ ପାଇଁ ଯାଉଛନ୍ତି ସ୍କୁଲ, ଅଧିକ ଜାଣନ୍ତୁ

44

ଥାଇଲାଣ୍ଡରେ ବୃଦ୍ଧମାନେ ସ୍କୁଲ ଯାଉଛନ୍ତି । ସେମାନେ ଛୋଟବେଳର ଜୀବନକୁ ଅନୁଭବ କରି ବହୁତ ଖୁସି ଅଛନ୍ତି । ମଜବୁରୀରେ କିନ୍ତୁ ତାଙ୍କ ଜୀବନରେ ଖୁସି ଫେରୁଛି । ପ୍ରକୃତରେ ଏହି ଉପାୟ ଲଗାତାର ବଢ଼ୁଥିବା ବୃଦ୍ଧଙ୍କ ଜନସଂଖ୍ୟାକୁ ଘରେ ଏକୁଟିଆ ରହି, ଆସୁଥିବା ଅବସାଦରୁ ମୁକ୍ତି ଦେବା ପାଇଁ । ଥାଇଲାଣ୍ଡର ସରକାର ଅୟୁଥାୟାର ଚିୟାଙ୍ଗ ରାକ ନ୍ୟୁଇରେ ଏମିତି ଏକ ସ୍କୁଲ ପ୍ରାରମ୍ଭି୍କ ଅବସ୍ଥାରେ ଖୋଲିଛନ୍ତି । କିନ୍ତୁ ଏଥିରେ ବୟସ୍କଙ୍କ ବଢ଼ୁଥିବା ଜନସଂଖ୍ୟା ଏବଂ ତାଙ୍କ ମୁହଁରେ ଫେରୁଥିବା ହସ ଏହି ପ୍ରୟାସକୁ ମହାନ ବନାଇଛି । ସ୍କୁଲରେ ବୃଦ୍ଧଙ୍କ ସଂଖ୍ୟା ବଢ଼ୁଛି ଏବଂ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଏବେ କୈାଣସି ବି ଅବସାଦର ଶିକାର ହେଉନାହାଁନ୍ତି । ୬୩ ବର୍ଷୀୟ ପୁନଶ୍ରୀ ସେଂଗ୍ରୁଆଲଙ୍କ କହିବାନୁସାରେ, ସେ ସ୍କୁଲ ଯିବା ପାଇଁ ଅପେକ୍ଷା କରିଥାନ୍ତି । ସେଇଠି ତାଙ୍କର ବହୁତ ସାଙ୍ଗମାନେ ଅଛନ୍ତି, ତାଙ୍କ ସହ ଆରାମରେ ସମୟ ବିତିଯାଏ ।

ବନ୍ଧୁମାନେ ଦୂର କରୁଛନ୍ତି ଏକୁଟିଆପଣ : ପିଲାମାନେ ଘରଠାରୁ ଦୂରରେ ଚାକିରୀ କରୁଛନ୍ତି ଏବଂ ବୟସ୍କମାନେ ଘରେ ଏକୁଟିଆ ଅଛନ୍ତି । ଏମିତିରେ ଏହି ନୂଆ ସ୍କୁଲରେ ସେମାନଙ୍କୁ ତାଙ୍କ ଭଳି ଅନେକ ସାଙ୍ଗ ମିଳିଗଲେ । ଯେଉଁମାନେ ଏହି ବୁଢ଼ାଙ୍କ ଲାଠି ବନିଗଲେ ।

ବୃଦ୍ଧଙ୍କ ଜନସଂଖ୍ୟା ଉପରେ ନଜର ପକାଇବା :

• ୭୫ ଲକ୍ଷ ବୃଦ୍ଧଙ୍କ ଜନସଂଖ୍ୟା ଥିବା ଥାଇଲାଣ୍ଡରେ ସେମାନଙ୍କ ବୟସ ୬୫ରୁ ଅଧିକ ।

• ବର୍ଷ ୨୦୪୫ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ବୃଦ୍ଧଙ୍କ ସଂଖ୍ୟା ୧.୭ କୋଟି ହୋଇଯିବ ।

• ସ୍କୁଲରେ ୧୨ ସପ୍ତାହର ପାଠ୍ୟକ୍ରମ ଅଛି, ଯେଉଁଠି ବୃଦ୍ଧମାନେ ଯାଆନ୍ତି ଓ ସାଙ୍ଗ ବନାନ୍ତି ।