ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ ।

ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ସଂସଦର ଏଥିକ୍ସ କମିଟି ରିପୋର୍ଟ ଆଧାରରେ ମହୁଆଙ୍କୁ ବହିଷ୍କୃତ କରାଯାଇଛି । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିକ୍ସ କମିଟିର ରିପୋର୍ଟର ଦର୍ଶାଯାଇଛି ଯେ, ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ବେଶ ଗମ୍ଭୀର । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଥିକ୍ସ କମିଟି ସୁପାରିଶ କରିଥିଲା । ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲା । ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ସାଂସଦ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ବାଚସ୍ପତି ।

ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ କହିଛନ୍ତି, ଟଙ୍କା କି ଉପହାର ନେଇଥିବାର କୌଣସି ପ୍ରମାଣ ନାହିଁ । ମୁଁ ଅଦାନୀ ପ୍ରସଙ୍ଗ ଉଠାଇଥିଲି । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି ମହୁଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe