କନକ ବ୍ୟୁରୋ: ଆଗାମୀ ବର୍ଷ ଉତ୍ତର-ପୂର୍ବ ଅଞ୍ଚଳରେ ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ । ତ୍ରିପୁରା, ମେଘାଳୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତୃଣମୂଳ କଂଗ୍ରେସ ଏହି ଦୁଇ ରାଜ୍ୟରେ ନିଜର ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଚିନ୍ତା କରୁଛି । ଅତୀତରେ ତ୍ରିପୁରାରେ ଉପନିର୍ବାଚନ ଳଢିବା ପରେ ମଧ୍ୟ ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନରେ କେବେହେଲେ ପ୍ରାର୍ଥୀଙ୍କୁ ଓହ୍ଲାଇନଥିଲା । ମେଘାଳୟରେ ତୃଣମୂଳ କଂଗ୍ରେସ କେବେହେଲେ ନିର୍ବାଚନ ଲଢିନାହିଁ । ଚଳିତ ଥର ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଦୁଇ ରାଜ୍ୟରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ସେ ତିନିଦିନିଆ ଗସ୍ତରେ ମେଘାଳୟ ଯିବେ । ସାଂସଦ ତଥା ତାଙ୍କ ପୁତୁରା ଅଭିଶେକ ବନାର୍ଜୀ ମଧ୍ୟ ଗସ୍ତରେ ତାଙ୍କ ସହିତ ଉପସ୍ଥିତ ରହିବେ । ବିଧାନସଭା ନିର୍ବାଚନ ନଲଢି ମଧ୍ୟ ଟିଏମସି ମେଘାଳୟରେ ମୁଖ୍ୟ ବିରୋଧୀଦଳ ରହିଛି । କାରଣ କଂଗ୍ରେସର ୧୧ ବିଧାୟକ ମେଘାଳୟରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଯାଇଛନ୍ତି ।
ଏହି ଯାତ୍ରାରେ ମମତାଙ୍କ ସହ ମେଘାଳୟ ତୃଣମୂଳ କଂଗ୍ରେସର ପର୍ଯ୍ୟବେକ୍ଷକ ତଥା ପଶ୍ଚିମବଙ୍ଗ ଜଳସମ୍ପଦ ମନ୍ତ୍ରୀ ମାନସ ଭୂୟାଁ ସାମିଲ ରହିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/mamata.jpg)