ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଯାତ୍ରା ସମୟରେ ଗଣମାଧ୍ୟମର କଭରେଜ୍ କୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ଟିଏମସି ! ଆଚାର ସଂହିତା ଉଲ୍ଲଘଂନର ଲଗାଇଲେ ଅଭିଯୋଗ ।

224

ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଯାତ୍ରା ସମୟରେ ମିଡିଆର କଭରେଜ୍ କୁ ଟିଏମସି ବିରୋଧ କରୁଛି । ନିର୍ବାଚନ କମିଶନଙ୍କୁ ଟିଏମସି ଅଭିଯୋଗ କରି କହିଛି ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଯାତ୍ରାର ଅନ୍ତିମ ଚରଣରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ ମଧ୍ୟ ଏତେ ବଡ ସ୍ତରରେ ମିଡିଆ ମାଧ୍ୟମରେ କଭର୍ କରିବା ଆଦର୍ଶ ଆଚାର ସଂହିତା ଉଲ୍ଳଘଂନ ଅଟେ । ଟିଏମସି ତରଫରୁ କୁହାଯାଇଛି କି ନିର୍ବାଚନ ପ୍ରଚାରର ସମୟ ଶେଷ ହେବା ପରେ ମଧ୍ୟ ଦୁଇଦିନ ପର୍ଯ୍ୟନ୍ତ ପିଏମ୍ ମୋଦିଙ୍କ କେଦାରନାଥ୍ ଯାତ୍ରାର କଭରେଜ୍ ବାରମ୍ବାର ମିଡିଆରେ ଦେଖାଇବା ଆଦର୍ଶ ଆଚାର ସଂହିତାର ଉଲ୍ଲଘଂନ ଅଟେ ।

ଆପଣଙ୍କୁ କହିରଖୁଛୁ ଅନ୍ତିମ ଚରଣରେ ନିର୍ବାଚନ ପ୍ରଚାର ଶେଷ ହେବାର ପରଦିନ ସକାଳେ ପ୍ରଧାନମନ୍ତ୍ରୀ କେଦାରନାଥ ଏବଂ ବଦ୍ରିନାଥ ଦର୍ଶନ କରିବା ପାଇଁ ବାହାରିଥିଲେ । ଶନିବାର କେଦାରନାଥ ମନ୍ଦିରରେ ପୂଜା କରି ଏହାପରେ ଗୁମ୍ଫାରେ ଧ୍ୟାନ କରିଥିଲେ । ୧୭ ଘଣ୍ଟା ଗୁମ୍ଫାରେ ରହିବା ପରେ ସେ ଆଜି ସକାଳୁ ଗୁମ୍ଫାରୁ ବାହାରକୁ ଆସିଥିଲେ । ଗୁମ୍ଫାରୁ ବାହାରିବା ପରେ ସେ କହିଥିଲେ ବଡ଼ ଲମ୍ବା ସମୟ ପରେ ଏକାନ୍ତବାସ କରିବାର ମଉକା ପ୍ରାପ୍ତ ହେଲା । ବର୍ତ୍ତମାନ ମୋଦି କେଦାରନାଥରୁ ବଦ୍ରିନାଥ ଯାତ୍ରାରେ ରହିଛନ୍ତି । ପିଏମ୍ ଙ୍କ ଏହି ଯାତ୍ରା ସହ ଜଡିତ ଥିବା ମିଡିଆ କଭରେଜ୍ ଉପରେ ଟିଏମସି କ୍ଷୋଭ ପ୍ରକାଶ କରିଛି ।