ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ । ରାଜ୍ୟର ମୁର୍ସିଦାବାଦରେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ଖେରୁଦ୍ଦିନ୍ ଶେଖ୍ ଏବଂ ସୋହେଲ୍ ରାଣାଙ୍କ ଘରକୁ ଗତ ମଧ୍ୟରାତିରେ ବୋମା ଫୋପଡା ଯାଇଛି । ଯାହାପରେ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଗଲା । ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଯାଇଛି ।

Advertisment

ସମାଚାର ଏଜେନ୍ସୀ ଏନଆଇ ମୁତାବକ ଖେରୁଦ୍ଦିନ୍ ଶେଖ୍ ଙ୍କ ପୁଅ ମିଲନ୍ ଶେଖ୍ ଙ୍କ କହିବା ମୁତାବକ , “ଘରେ ଶୋଇବା ଅବସ୍ଥାରେ ତାଙ୍କ ଉପରକୁ ବୋମା ଫୋପଡାଗଲା । କିଛି ଦିନ ପୂର୍ବରୁ ଆମ ଦାଦାଙ୍କୁ ମଧ୍ୟ ମାରି ଦିଆଯାଇଥିଲା ।” ଏଥିରେ କଂଗ୍ରେସର ହାତ ଥିବା କଥା ସେ କହିଛନ୍ତି ।