ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା : ବୋମା ବିସ୍ଫୋରଣରେ ୩ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ, ଆକ୍ରମଣ ପଛରେ କଂଗ୍ରେସର ହାତ ଥିବା ଅଭିଯୋଗ

165

ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ହିଂସା ଥମିବାର ନାଁ ନେଉନି । ପଶ୍ଚିମବଙ୍ଗ ମୁର୍ଶିଦାବାଦର ଡୋମକଲରେ କେ. କୁଚିୟାମୋଡା ଗାଁରେ ଦୁଇଟି ଗୋଷ୍ଠୀ ମଧ୍ୟରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି । ଡୋମକଲରେ ବିଳମ୍ବିତ ରାତିରେ ବୋମା ବର୍ଷଣ ଓ ଗୁଳି ଚାଳନା କାରଣରୁ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି । ଶୁକ୍ରବାର ରାତି ତୃଣମୂଳ କଂଗ୍ରେସର ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କ ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଛି । ଟିଏମସି କାର୍ଯ୍ୟକର୍ତ୍ତା ଖୈରୁଦ୍ଦିନ୍ ଶେଖ ଓ ସୋହେଲ ରାଣାଙ୍କ ଘର ଉପରେ ଆକ୍ରମଣକାରୀ ବୋମାରେ ହମଲା କଲେ । ଯଦ୍ୱାରା ଉଭୟଙ୍କ ମୃତ୍ୟୁ ହୋଇଛି ।

ଖୈରୁଦ୍ଦିନଙ୍କ ପୁଅ ମିଲାନ ଶେଖଙ୍କ କହିବା ମୁତାବକ, ସେମାନେ ଯେତେବେଳେ ଶୋଇଥିଲେ ହଠାତ୍ ଘର ଉପରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଛି । ସେ ଆହୁରି ବି କହିଛନ୍ତି କି, କିଛି ଦିନ ପୂର୍ବରୁ ତାଙ୍କ ଦାଦାଙ୍କୁ ମଧ୍ୟ ମାରିଦିଆଯାଇଥିଲା । ଏହା ପଛରେ କଂଗ୍ରେସର ହାତ ଅଛି ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମୁନି । ଏଠି ଏପର୍ଯ୍ୟନ୍ତ ପାଖାପାଖି ୧୦ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ହୋଇସାରିଛି । ଏପର୍ଯ୍ୟନ୍ତ ଯେତେ ବି ମାମଲା ଆସିଛି । । ସେଥିରେ ବିଜେପି ଓ ଟିଏମସିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହିଂସା ହେବାର ଖବର ସାମିଲ ଅଛି । ଏହା ପ୍ରଥମ ମାମଲା, ଯେବେକି କଂଗ୍ରେସ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହିଂସାର ଖବର ଆସିଛି ।