ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ଟିଏମସି । ସିଏଏକୁ ଉଚ୍ଛେଦ ସହ ଏନଆରସି ଓ ୟୁସିସି ଉପରେ ରୋକ ଲଗାଇବାକୁ ପ୍ରତିଶ୍ରୁତି

150

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଟିଏମସି ପକ୍ଷରୁ ଘୋଷଣା ପତ୍ର ଜାରି । ୧୦ଟି ଶପଥ ମଧ୍ୟରେ ସିଏଏକୁ ଉଚ୍ଛେଦ କରିବା ସହ ଏନଆରସିକୁ ବନ୍ଦ କରିବା ଏବଂ ୟୁସିସିକୁ ଦେଶରେ ଲାଗୁ କରାଇଦେବନି ବୋଲି ନିଜ ଇସ୍ତାହାର ପତ୍ରରେ ପ୍ରତିଶ୍ରୁତି ଦେଇଛି । ଦଳ କ୍ଷମତାକୁ ଆସିଲେ ୫ କିଲୋଗ୍ରାମ ମାଗଣା ରାସନ ଦେବା ସହିତ ମାଗଣାରେ ବର୍ଷକୁ ୧୦ଟି ସିଲିଣ୍ଡର ଦେବାକୁ ଘୋଷଣା କରିଛି । ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପେନସନ୍ ଦେବା ସହିତ ମନରେଗା ଯୋଜନାରେ ମଜୁରୀ ୪୦୦ଟଙ୍କାକୁ ବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ପକ୍କାଘର ପାଇଁ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛି ଦଳ, ମାସିକ ଷ୍ଟାଇପେଣ୍ଡ ସହ ଆଗକୁ ଅଧ୍ୟୟନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ୧୦ଲକ୍ଷ ଟଙ୍କାର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଗାଇ ଦିଆଯିବ । ବଙ୍ଗଳାର ଲକ୍ଷ୍ମୀ ଭଣ୍ଡାର ଭଳି ଦେଶର ପ୍ରତ୍ୟେକ ନାରୀଙ୍କ ମାସିକ ରାଶି ପ୍ରଦାନ କରିବାକୁ ଦଳ ଘୋଷଣା କରିଛି ।