ଅମିତ୍ ଶାହଙ୍କ କଲିକତା ରୋଡ୍ ଶୋ’ରେ ବିଜେପିର ଗୁଣ୍ଡା କଲେ ଉତ୍ପାତ ! ଟିଏମସି ଜାରୀ କଲା ୩ ଭିଡିଓ ।
କଲିକତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ରୋଡ୍ ଶୋ’ ରେ ହୋଇଥିବା ହିଂସା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଘଡିରେ କଲିକତାର ସଡକରେ ଏଭଳି ଏକ ଉତ୍ପାତଭରା ଭିଡିଓକୁ ତୃଣମୂଳ କଂଗ୍ରେସ ଜାରୀ କରିଛି । ଏହି ଭିଡିଓରେ ଉତ୍ତ୍ୟକ୍ତ ଲୋକମାନେ ନିଆଁ ଜଳାଉଥିବାର ଦେଖାଯାଉଛି । ଟିଏମସି ନେତା ଡେରେକ୍ ଓବ୍ରାୟନ୍ ଏଥିରୁ ୩ ଟି ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର୍ କରିଛନ୍ତି ଏବଂ କହିଛନ୍ତି କିଭଳି ରାଲି ସମୟରେ ବିଜେପି ଗୁଣ୍ଡାମାନେ ଉତ୍ପାତ ମଚାଉଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
#Video #1 Evidence of what BJP goons did at Amit Shah’s road show in #Kolkata #Vidyasagar pic.twitter.com/TrQnF8KYdH
— Derek O’Brien | ডেরেক ও’ব্রায়েন (@derekobrienmp) May 15, 2019
ଆପଣଙ୍କୁ କହିରଖୁଛୁ ୧୯ ମେ ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ଅମିତ୍ ଶାହ ୧୪ ମେ’ ରେ କୋଲକାତାରେ ରୋଡ୍ ଶୋ’ କରାଯାଇଥିଲା । ଶାହଙ୍କ ରୋଡ୍ ଶୋ’ ବିଜେପି କାର୍ଯ୍ୟକର୍ତ୍ତା ନାଚି ଗାଇ ଏବଂ ‘ମୋଦି-ମୋଦି’ ନାରା ଲଗାଇଥିଲେ । ତେବେ ଏହି ଭିତରେ ୩ ଟି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
#Video #2 more evidence of what BJP goons did at Amit Shah’s road show in #Kolkata #Vidyasagar pic.twitter.com/8dg13fLVKS
— Derek O’Brien | ডেরেক ও’ব্রায়েন (@derekobrienmp) May 15, 2019