ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା: ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି

100

କନକ ବ୍ୟୁରୋ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା କରାଯାଉଛି । ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀଙ୍କ ଆଚରଣ ଏକ ନିନ୍ଦନ୍ଦୀୟ ଆଚରଣ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ଧନଖଡଙ୍କ ସହ ଫୋନରେ କଥା ହୋଇ ମୋଦୀ କହିଛନ୍ତି ୨୦ବର୍ଷ ହେବ ସମାନ ଅପମାନ ସହି ଆସୁଛି । ସଂସଦର ବାରମ୍ବାର ଅପମାନ କରୁଛନ୍ତି ବିରୋଧୀ ସାଂସଦ । ସେପଟେ ସଫେଇ ରଖି କଲ୍ୟାଣ ବାର୍ନାଜୀ, କହିଛନ୍ତି ମିମିକ୍ରି ଏକ କଳା, କାହାରି ମନୋଭାବନା ଆଘାତ ନଥିଲା ତାଙ୍କ ଉଦ୍ଦେଶ୍ୟ ।

ମଙ୍ଗଳବାର ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ନକଲ କରି ତାଙ୍କୁ କଟାକ୍ଷ କରିଥିଲେ । ଏହାପରେ କଲ୍ୟାଣ ବାର୍ନାଜୀ ଘଟଣାକୁ ନେଇ ସଫେଇ ରଖିଛନ୍ତି । ବିବାଦ ଭିତରେ ଫସିବା ପରେ କଲ୍ୟାଣ କହିଛନ୍ତି ମିମିକ୍ରି ଏକ କଳା ଅଟେ ଓ ସେ କାହା ମନୋଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ କିଛି ବି କହିନାହାଁନ୍ତି । ସେପଟେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଛନ୍ତି ସେ ନିଜ ଅପମାନ ସହିବେ କିନ୍ତୁ ସେ ବସିଥିବା ଆସନର ନୁହେଁ । ସଂସଦର ଗରିମାର ରକ୍ଷା ଦାୟିତ୍ୱ ଅଧ୍ୟକ୍ଷ ଓ ସାଂସଦମାନଙ୍କର । ନକଲ ଓ କଟାକ୍ଷ କରି ସାଂସଦମାନେ କେବଳ ସଂସଦର ବଂର ରାଜ୍ୟସଭା ଅଧ୍ୟକ୍ଷ ପଦର ମଧ୍ୟ ଅପମାନ କରିଛନ୍ତି ।

ଘଟଣାକୁ ସବୁ ଆଡୁ କଡ଼ା ନିିନ୍ଦା କରାଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି ଭାବେ ଅପମାନିତ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ନିର୍ବାଚିତ ପ୍ରତିନିଧିଙ୍କ କହିବାର ସ୍ୱାଧୀନତା ଅଛି । କିନ୍ତୁ ତାହା ଶାଳୀନତା ଭିତରେ ରହିବା ଆବଶ୍ୟକ । ଭାରତର ସଂସଦୀୟ ପରମ୍ପରାକୁ ନେଇ ଆମେ ଗର୍ବିତ । ଏହି ଧାରା ବଜାୟୀ ରଖିବାକୁ ଭାରତର ଜନସାଧାରଣ ମଧ୍ୟ ଆଶା କରନ୍ତି । ଅନ୍ୟପଟେ ଫୋନ କରି ଧନଖଡଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ମୋଦୀ କହିଛନ୍ତି ସେ ୨୦ବର୍ଷ ଭଳି ଏଭଳି ଅପମାନ ସହ୍ୟ କରି ଆସୁଛନ୍ତି । ସାଂସଦଙ୍କ ଆଚରଣ ନିନ୍ଦନୀୟ । ସଂସଦର ଅପମାନ ଅଟେ । ବିବାଦରେ ଫସିବା ପରେ ଘଟଣାକୁ ନେଇ ବିଜେପି ଓ ଗଣମାଧ୍ୟମ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

କଲ୍ୟାଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିବା ସହ ସୁପ୍ରିମକୋର୍ଟ ଆଇନଜୀବୀ ବିନିତ ଜିନ୍ଦଲ ଲୋକସଭା ଏଥିକ୍ସ କମିଟି ନିକଟରେ ଅଭିଯୋଗ କରିଛନ୍ତି । କଲ୍ୟାଣ ବାର୍ନାଜୀ, ରାହୁଲ ଗାନ୍ଧୀ ଓ ଘଟଣାରେ ସମ୍ପୃକ୍ତ ସାଂସଦଙ୍କୁ ବହିଷ୍କାର କରିବା ପାଇଁ ନିଜ ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି । ସଂସଦରୁ ସାଂସଦଙ୍କ ନିଲମ୍ବନ ଘଟଣାକୁ ବିରୋଧରେ କଲ୍ୟାଣ ବାର୍ନାଜୀ ସାଂସଦଙ୍କ ଗହଣରେ ମିମିକ୍ରି କରିଥିଲେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋବାଇଲ ଏହାକୁ ସୁଟ କରିଥିଲେ । ସାଂସଦଙ୍କ ଏହି ଘଟଣା କ୍ରମଶ ବିବାଦର ରୂପ ନେଉଛି ।