କନକ ବ୍ୟୁରୋ: ଶେଷରେ ସରକାରୀ ଘର ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କୁ ଶେଷରେ ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି । ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଖାରଜ କରିଦେବା ପରେ ଆଉ କୌଣସି ରାସ୍ତା ନଥିଲା । ଆଉ ଶେଷରେ ଦିଲ୍ଲୀରେ ଥିବା ଟେଲିଗ୍ରାଫ ଲେନରେ ଥିବା ନାଇନ-ବି ସରକାରୀ ବଂଗଳା ଛାଡିବାକୁ ପଡିଛି ।
ଦୁଇ ଦିନ ତଳେ ମହୁଆଙ୍କୁ ପୁଣି ଥରେ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା । ଯାହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ସଂସଦରେ ଲାଂଚ ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ପ୍ରମାଣିତ ହେବା ପରେ ୨୦୨୩ ଡିସେମ୍ବର ୮ ରେ ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ଦୁଇ ଥର ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ପରେ ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା ।
ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟର ୟୁଜର ଆଇଡି ଏବଂ ପାସୱାର୍ଡ ତାଙ୍କ ସହ ସେୟାର କରିବା ଅଭିଯୋଗ ଭିତ୍ତିରେ 'ଅନୈତିକ ଆଚରଣ' ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ଗତ ବର୍ଷ ଡିସେମ୍ବର ୮ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/19-22.jpg)