ରାଜ୍ୟସଭାରୁ ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ : ଗତକାଲି ଆଇଟି ମନ୍ତ୍ରୀଙ୍କଠାରୁ ସ୍ପାଏ ଓ୍ବେୟାର ସମ୍ପର୍କିତ ଉତ୍ତର କାଗଜ ଛଡାଇ ନେଇ ଚିରି ଦେଇଥିଲେ

ରାଜ୍ୟସଭାରୁ ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ : ଗତକାଲି ଆଇଟି ମନ୍ତ୍ରୀଙ୍କଠାରୁ ସ୍ପାଏ ଓ୍ବେୟାର ସମ୍ପର୍କିତ ଉତ୍ତର କାଗଜ ଛଡାଇ ନେଇ ଚିରି ଦେଇଥିଲେ

କନକ ବ୍ୟୁରୋ : ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇବା ପଡିଲା ମହଙ୍ଗା । ମୌସୁମୀ ଅଧିବେଶନରୁ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କୁ ନିଲମ୍ବିତ କରାଯାଇଛି । ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସରେ ଭାଗ ନେଇ ପାରିବେନି ଶାନ୍ତନୁ । ନିଲମ୍ବିତ ହେବା ପରେ ତାଙ୍କୁ ସଂସଦ ଗୃହ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁବାର ପ୍ରଶ୍ନକାଳ ଚାଲୁଥିବା ସମୟରେ ପେଗାସସ୍ ପ୍ରସଙ୍ଗକୁ ନେଇ ବିରୋଧୀ ହୋହାଲ୍ଲା କରିଥିଲେ । ଏହି ସମୟରେ ଶାନ୍ତନୁ ସେନ୍ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜପତ୍ର ଛଡାଇନେଇ ଚିରି ଦେଇଥିଲେ । ଆଉ ଏହି ଘଟଣାକୁ ନେଇ ଶାନ୍ତନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ମୁତାବକ,ଇସ୍ରାଏଲର ଏନଏସଓ ଗ୍ରୁପ୍ ପେଗାସସ୍ ସ୍ପାଇ ଓ୍ବେୟାର ଦ୍ୱାରା ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ନେତା ମନ୍ତ୍ରୀ, ସାମ୍ବାଦିକ, ସାମାଜିକ କର୍ମୀ, ଉଦ୍ୟୋଗପତି ମାନଙ୍କ ଫୋନ ହ୍ୟାକ୍ କରାଯାଇଥିବା ଏକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe