ପ୍ରଧାନମନ୍ତ୍ରୀଙ୍କୁ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଆପତିଜନକ ଟିପ୍ପଣୀ । କହିଲେ ମୋଦୀ ଯେଉଁଠି ଯାଆନ୍ତି, ଘଟେ ଅଘଟଣ, ତେଜସ କ୍ରାସର ରହିଛି ଆଶଙ୍କା

103

କନକ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସେନାର ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଥିଲେ । ଭାରତୀୟ ବାୟୁସେନା ଓ ମୋଦୀଙ୍କ ସୋସିଆଲ ମିଡିଆ ପୋଷ୍ଟରେ ତେଜସ ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ଟିଏମସି ସାଂସଦ ଶାନ୍ତନୁ ସେନ ଏକ ବୟାନ ଦେଇଛନ୍ତି । ଟିଏମସି ସାଂସଦ କହିଛନ୍ତି ତାଙ୍କୁ ଏକଥାର ଭୟ ରହିଛି ତେଜସ କାଳେ ଦୁର୍ଘଟଣାଗସ୍ତ ହୋଇଯିବ । ସେନ କହିଛନ୍ତି ଯେଉଁଠି ମୋଦୀ ପହଁଚିଛନ୍ତି ସେଠି ବିଫଳତା ମିଳିଛି କିମ୍ବା କ୍ଷତି ସହିବାକୁ ପଡିଛି । ତେଣୁ ଆଗକୁ ତେଜସ ବିମାନ ଦୁର୍ଘଟଣାର ଶିକାର ହେବା ଭୟ ରହିଛଇ । ଅନ୍ୟପଟେ ଟିଏମସି ସାଂସଦଙ୍କ ବୟାନକୁ ଏକ ଅପମାନ ଜନକ ବୟାନ କହିଛି ବିଜେପି । ଟିଏମସି ମୁଖ୍ୟ ମମତା ବାର୍ନାଜୀ ନିଜ ସାଂସଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।