କନକ ବ୍ୟୁରୋ : ପଶ୍ଚିମବଙ୍ଗ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ମିମି ତାଙ୍କର ଇସ୍ତଫା ପତ୍ର ପାର୍ଟିର ମୁଖ୍ୟ ମମତା ବାନାର୍ଜୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଇସ୍ତଫା ନେଇ କାରଣ ଦର୍ଶାଇଛନ୍ତି ମିମି । ସେ କହିଛନ୍ତି କି, ସେ ଯେଉଁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସେଠିକାର ଦଳୀୟ କର୍ମୀଙ୍କୁ ନେଇ ସେ ଖୁସି ନାହାଁନ୍ତି । କହିରଖୁ କି ୨୦୧୯ ଲୋକସଭା ନିର୍ବାଚନରେ ମିମି ଯାଦବପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Advertisment

ମିମି କହିଛନ୍ତି କି ଯାଦବପୁର ଲୋକସଭା ଆସନରେ ଥିବା ପାର୍ଟିର ସ୍ଥାନୀୟ ନେତୃତ୍ୱଙ୍କ କାର୍ଯ୍ୟରେ ସେ ଖୁସି ନାହାଁନ୍ତି । ତେଣୁ େଓøପଚାରିକ ଭାବେ ସେ ଲୋକସଭା ଅଧ୍ୟକ୍ଷଙ୍କ ବଦଳରେ ପାର୍ଟି ମୁଖ୍ୟଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି ।

ମିମି ଚକ୍ରବର୍ତ୍ତୀ ବଙ୍ଗଳା ସିନେମା ଜଗତରେ ଜଣେ ଲୋକପ୍ରିୟ କଳାକାର । ସେ ୧୯୮୯ ମସିହାରେ ପଶ୍ଚିମବଙ୍ଗର ଜଲପାଇଗୁଡିରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୨ ମସିହାରେ ସିନେମା ‘ଚାମ୍ପିଅନ’ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେ ବଙ୍ଗଳା ଇଣ୍ଡଷ୍ଟ୍ରିରେ ୨୫ ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ଲୋକପ୍ରିୟତାକୁ ନଜରରେ ରଖି ୨୦୧୯ ମସିହାରେ ମମତା ତାଙ୍କୁ ଯାଦବପୁର ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ଚୟନ କରିଥିଲେ ।