ସତ ମାନିଲେ ମହୁଆ ମୋଇତ୍ରା: ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ଲୋକସଭା ଆଇଡି ପାସୱାର୍ଡ ଦେଇଥିବା ସ୍ୱୀକାର କଲେ ଟିଏମସି ସାଂସଦ

262

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଆସିଛି ନୂଆ ମୋଡ଼ । ଅଭିଯୋଗ ଘେରରେ ଥିବା ଟିଏମସି ସାଂସଦ ମୋହୁଆ ମୋଇତ୍ରା ଶେଷରେ ସତ ମାନିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ସେ ଆଇଡି ପାସୱାର୍ଡ ଦେଇଥିବା ସ୍ୱିକାର କରିଛନ୍ତି । କିନ୍ତୁ ତା ବଦଳରେ ସେ କୌଣସି ଲାଂଚ କି ଉପହାର ନେଇନଥିବା କହିଛନ୍ତି । ସେପଟେ ଏଥିକ୍ସ କମିଟି ମୋହୁଆଙ୍କୁ ନଭେମ୍ବର ୨ରେ ହାଜର ହେବାକୁ କହିଛି । କାର୍ଯ୍ୟବ୍ୟସ୍ତତା ଦର୍ଶାଇ ଅକ୍ଟୋବର ୩୧ରେ ସେ ହାଜର ହେବେନି ବୋଲି କହିଥିଲେ ।

କ୍ୟାସ ଫର କ୍ୱେରି ବା ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଏବେ ଆସିଛି ନୂଆ ମୋଡ଼ । ଯେଉଁ ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା ଏବେ ତା ଉପରେ ନିଜ ପକ୍ଷ ରଖିବା ସହ ଅଭିଯୋଗକୁ ସ୍ୱିକାର ସେ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ମହୁଆ ସ୍ୱିକାର କରିଛନ୍ତି । ଅଭିଯୋଗକୁ ନେଇ ମହୁଆ କହିଛନ୍ତି:

ସତ ମାନିଲେ ମହୁଆ, ପଦାରେ ପଡିଲା ସତ!
-ଲୋକସଭା ଆଇଡିର ୟୁଜର ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ କାର୍ଯ୍ୟାଳୟକୁ ଦେଇଥିଲେ
-ହୀରାନନ୍ଦାନୀ ନୁହେଁ ତାଙ୍କ କର୍ମଚାରୀଙ୍କ ଦ୍ୱାରା ଅଫିସରୁ ଆସୁଥିଲା ପ୍ରଶ୍ନ
-ପ୍ରଶ୍ନ ଗୁଡିକ ଆଇଡିରେ ଅପଲୋଡ ହେବା ପୂର୍ବରୁ ଏହାକୁ ସେ ତର୍ଜମା କରୁଥିଲେ
-ତାଙ୍କ ଆଇଡି ଲଗଇନ ପାଇଁ ଓଟିପି ଆସୁଥିଲା
-ଓଟିପି ଦେଲେ ଆଇଡିରେ ପ୍ରଶ୍ନ ଅପଲୋଡ ହେଉଥିଲା
-କେବଳ ଦର୍ଶନ ନୁହେଁ ଅନ୍ୟମାନଙ୍କ ସହ ମଧ୍ୟ ପାସୱାର୍ଡ ଜଣାଅଛି
-ଦୁର୍ଗମ ଅଂଚଳରେ କାମ ବ୍ୟସ୍ତତା ଯୋଗୁଁ ସେ ପାସୱାର୍ଡ ଦେଉଥିଲେ
-ଦର୍ଶର୍ନଙ୍କଠୁ କୌଣସି ଦାମୀ ଉପହାର କିମ୍ବା ଲାଂଚ ନେଇନାହାଁନ୍ତି , କେବଳ କିଛି ମେକଅପ ସାମଗ୍ରୀ ନେଇଥିଲେ
ସେପଟେ ମହୁଆ ଏଥିକ୍ସ କମିଟି ନିକଟରେ ଅକ୍ଟୋବର ୩୧ରେ ହାଜର ହେବାକୁ ମନା କରି ଦେଇଛନ୍ତି । ଟିଏମସି ସାଂସଦ କହିଛନ୍ତି:
-ନଭେମ୍ବର ୫ ତାରିଖ ପରେ ଜେରା ପାଇଁ ସେ ପ୍ରସ୍ତୁତ
-କାର୍ଯ୍ୟ ବ୍ୟସ୍ତତା ପାଇଁ ଅକ୍ଟୋବର ୩୧ରେ ହାଜାର ହୋଇପାରିବେନି
-ଏଥିକ୍ସ କମିଟି ଜେରାରେ ଦର୍ଶନଙ୍କୁ ମଧ୍ୟ ସାମିଲ କରାଯାଉ

ପ୍ରଶ୍ନ ପାଇଁ ଲାଂଚ ମାମଲାରେ ମୋଡ଼ ସେତିକି ବେଳେ ବଦଳିଥିଲା ଯେବେ ଦର୍ଶନ ହୀରାନନ୍ଦାନୀ ରାଜସାକ୍ଷୀ ପାଇଁ ପ୍ରସ୍ତୁତ ହୋଇଥିଲେ । କେବଳ ସେତିକି ନୁହେଁ ସତ୍ୟପାଠରେ ଦର୍ଶନ ଏକଥା ମଧ୍ୟ କହିଥିଲେ କି ମୋହୁଆଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସମସ୍ତ ଅଭିଯୋଗ ସତ ଅଟେ । ଏବେ ମହୁଆ ବେଶ ଚତୁରତାର ସହ ଅଭିଯୋଗକୁ ସ୍ୱିକାର କରିଛନ୍ତି ତଥାପି ଅନ୍ୟାନ୍ୟ ଅଭିଯୋଗକୁ ଖଣ୍ଡନ କରୁଛନ୍ତି । ଏହିସବୁ ଘଟଣାକୁ ନେଇ ଏବେ ସୁଦ୍ଧା ଟିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିଲେ ବି ଆଗକୁ ଦଳ ମଧ୍ୟ ମହୁଆଙ୍କୁ ଏନେଇ କୌଣସି ବଡ ପଦଦକ୍ଷେପ ଗ୍ରହଣ କରିବା ସମ୍ଭାବନା ରହିଛି ।